ଚିଟ୍‌ଫଣ୍ଡ ଠକେଇ ମାମଲା : ଅଭିଯୁକ୍ତ ପୂର୍ବତନ ବିଧାୟକ ଏମ୍. ବିଜୟ ପ୍ରସାଦଙ୍କୁ ରିମାଣ୍ଡରେ ଆଣିବ ଇଓଡବ୍ଲୁ

ଭୁବନେଶ୍ବର ୯।୯: ୱେଲଫେୟାର ବିଲଡିଂ ଆଣ୍ଡ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ଼ ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ ମାଲ୍ଲା ବିଜୟ ପ୍ରସାଦଙ୍କୁ ରିମାଣ୍ଡରେ ଆଣିବ ଇଓଡବ୍ଲୁ । ଓପିଆଇଡି କୋର୍ଟରେ ୩ ଦିନ ରିମାଣ୍ଡ ପାଇଁ ଆବେଦନ କଲା ଇଓଡବ୍ଲୁ ।

ଠକେଇର ପରିମାଣ ସହ କେତେ ଲୋକଙ୍କୁ ସେ ଠକିଛନ୍ତି ସେ ନେଇ ଖୋଳତାଡ କରିବ ଇଓଡବ୍ଲୁ । ସେହିପରି ଟଙ୍କା କେଉଁଠି ବିନିଯୋଗ କରିଛନ୍ତି, ସିଷ୍ଟର କମ୍ପନୀର ମଧ୍ୟ ଖୋଳତାଡ କରିବ । ଏହାସହ ତାଙ୍କ ଗ୍ଲାମର ଲିଙ୍କ୍ ନେଇ ମଧ୍ୟ ଛାନଭିନ୍ ହେବ । ସହଯୋଗୀଙ୍କ ସମ୍ପୃକ୍ତି ଏବଂ ପାରିବାରିକ ଲିଙ୍କ୍ ସହ ସ୍ଥାବର ଆସ୍ଥାବର ସମ୍ପତ୍ତି, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଆର୍ଥିକ କରବାର ନେଇ ଖୋଳତାଡ଼ କରିବ ଇଓଡବ୍ଲୁ ।

Spread the love