ଚକୋଲେଟ୍ ଡେ ନିଜ ପ୍ରେମିକା ସହ କେମିତି ମନେଇବେ

ଗତକାଲି ପ୍ରପୋଜ ଡେ’ ଶେଷ ହୋଇଥିଲା ଆଜି ଭାଲେଣ୍ଟାଇନ୍ ସପ୍ତାହର ସବୁଠାରୁ ମିଠାଦିନ ଚକୋଲେଟ୍ ଡେ । ନିଜ ମନର ମଣିଷ ପାଇଁ ଏହି ଦିନକୁ ଖାସ୍ କରିବାକୁ ପ୍ରେମୀଯୁଗଳ ବେଶ ସରାଗର ସହ ପାଳନ କରିଥାନ୍ତି । କେବଳ ପ୍ରେମିକା ପ୍ରେମିକ ନୁହେଁ ବରଂ ବିବାହିତ କପଲ ବି ଏହାକୁ ପାଳନ କରିଥାନ୍ତି ।
ମନର ମଣିଷକୁ ଚକୋଲେଟ୍ ଦେଇ ମନ କଥା କହିବେ ପ୍ରେମୀଯୁଗଳ । ଆଜି ପରସ୍ପରକୁ ଚକଲେଟ୍‌ ଖୁଆଇ ସମ୍ପର୍କ‌ରେ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ । ହାତରେ ହାତ ଛନ୍ଦି ପାର୍କ, ମଲ, ରେସ୍ତୋଁରାରେ ଉଭୟ ଉଭୟଙ୍କୁ ଚକୋଲେଟ୍ ଦେଇ ପ୍ରେମ ନିବେଦନ କରିବେ ପ୍ରେମ ପକ୍ଷୀ ।
ପ୍ରେମ ଆଉ ଚକୋଲେଟ ସତେ ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । କାହିଁକି ନା ମିଠା ବିନା ପ୍ରେମ ଅଧୁରା । କିଶୋର ସମୟରେ ପ୍ରେମ ଚକୋଲେଟ୍ ଦିଆ ନିଆରୁ ହିଁ ଆରମ୍ଭ ହୋଇଥାଏ । ନିଜ ପ୍ରେମିକା ମନରେ ଯେତେ ଦୁଃଖ ବା ରାଗରେ ଥିଲେ ମଧ୍ୟ ପ୍ରେମିକ, ପ୍ରେମିକାକୁ ଚକୋଲେଟ ଟିଏ ଦେଇଦେଲେ ସେ ସବୁ ରାଗ ଭୁଲିଯାଏ । କାହିଁକି ନା ସାଥୀକୁ ମନେଇବା ପାଇଁ ହେଉ ବା ଖୁସି କରିବା ପାଇଁ ହେଉ ସମସ୍ତେ ଚକୋଲେଟ ହିଁ ଦେଇଥାନ୍ତି।

Spread the love