ଅତିଥିଙ୍କୁ ବଡଦିନରେ ଚକୋଲେଟ କୁକିଜ କରି ଖୁହଁ ମିଠା କରିବାକୁ ଚାହୁଁଛନ୍ତି କି? ତାଲେ ଆସନ୍ତୁ ଜାଣିବା…

 ଆବଶ୍ୟକ ସାମଗ୍ରୀ

୧- ୩୬୦ଗ୍ରାମ ବଟର

୨- ୬୨୦ଗ୍ରାମ ବାଦାମୀ ରଙ୍ଗର ଚିନି

୩- ୪୦୦ଗ୍ରାମ ଚକୋଲେଟ

୪- ୧୩୦୦ଗ୍ରାମ ଚକୋଲେଟ ଚିପ୍ସ

୫- ୬ଟି ଅଣ୍ଡା

୬- ୪୫୦ ଗ୍ରାମ ଅଟା

୭ – ୧୦୦ଗ୍ରାମ ଚକୋଲେଟ ପାଉଡର

୮-  ୫ଗ୍ରାମ ବ୍ୟାକିଙ୍ଗ ପାଉଡର

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଅଟା, ବ୍ୟାକିଙ୍ଗ ପାଉଡର, ଓ କୋକୋ ପାଉଡରକୁ ଏକାସହିତ ମିଶାଇ ଦିଅନ୍ତୁ। ଏବେ ଅଣ୍ଡା ଓ ଚିନିକୁ ଏକାସାଙ୍ଗରେ ଭଲ ଭାବେ ଗୋଳେଇ ଦିଅନ୍ତୁ। ଆଉ ଏକ ପାତ୍ରରେ ଚକୋଲେଟ ଓ ବଟରକୁ ମିଶାଇ ଅନ୍ୟ ପାଖରେ ରଖନ୍ତୁ। ଅଣ୍ଡା ମିଶ୍ରଣକୁ ପୂର୍ବରୁ ଥିବା ଚକୋଲେଟ ମିଶ୍ରଣରେ ମିଶାଇ ଦିଅନ୍ତୁ।  ଏବେ ଏଥିରେ ପ୍ରସ୍ତୁତ ହୋଇଥିବା ଅଟା ମିଶାନ୍ତୁ । ଶେଷରେ ପ୍ରସ୍ତୁତ ହୋଇଥିବା ମିଶ୍ରଣରେ ଚକୋଲେଟ, ଚକୋଲେଟ ଚିପ୍ସ ପକାଇ ଏହାକୁ ୨୦ମିନିଟ ପର୍ଯ୍ୟନ୍ତ ଫ୍ରିଜରେ ରଖିଦିଅନ୍ତୁ।

ପରେ ଓଭନ ତାପମାତ୍ରାକୁ ୩୫୦ ଡିଗ୍ରୀ କରନ୍ତୁ। ଏବେ ବ୍ୟାକିଙ୍ଗ ଟ୍ରେରେ ପାର୍ଚ୍ଚମେଣ୍ଟ କାଗଜ ଲଗାନ୍ତୁ। ପ୍ରସ୍ତୁତ କରାଯାଇ ଫ୍ରିଜରେ ଥିବା ମିଶ୍ରଣକୁ ବ୍ୟାକିଙ୍ଗ ଟ୍ରେ ରେ ରଖନ୍ତୁ। ହାତ ସାହାଯ୍ୟରେ ମିଶ୍ରଣକୁ ବ୍ୟାକିଙ୍ଗ ଟ୍ରେରେ ସଠୀକ ଆକାର ଦିଅନ୍ତୁ। ଏବେ ଏହାକୁ ୧୨ ରୁ ୧୫ମିନିଟ ଫାଟ ନଆସିବା ପର୍ଯ୍ୟନ୍ତ ଓଭନ ଭିତରେ ରଖନ୍ତୁ । ତାପରେ ଓଭନରୁ ଆଣି ଏହାକୁ ଥଣ୍ଡା ହେବା ପାଇଁ କିଛି ସମୟ କୁଲିଙ୍ଗ ରେକରେ ରଖନ୍ତୁ । ଥଣ୍ଡା ହେବା ପରେ ପ୍ରସ୍ତୁତ ହୋଇଥିବା ସ୍ୱାଦିଷ୍ଟ କୁକିଜକୁ ଅତିଥିଙ୍କୁ ଦେବା ସହ ନିଜ ପରିବାର ସହି ଶେୟାର କରନ୍ତୁ।   

Spread the love