ଗୋଟିଏ ରାତିରେ ଚାରି ମନ୍ଦିରରୁ ଚୋରି, ପୋଲିସର ତଦନ୍ତ ଜାରି

ଭଦ୍ରକ ୦୧।୦୯: ଗୋଟିଏ ରାତିରେ ଅନେକ ମନ୍ଦିରରୁ ଚୋରି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅସୁରାଳି ଅଞ୍ଚଳରେ ଘଟିଛି ଘଟଣା । ମନ୍ଦିରରୁ ଚୋରି ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୂରୀ ଥାନା ଅସୁରାଳି ଅଞ୍ଚଳରୁ ଗୋଟେ ରାତିରେ ଚାରି ମନ୍ଦିରରୁ ଚୋରି ହୋଇଛି । ଅସୁରାଳି ଅଞ୍ଚଳର ପ୍ରସିଦ୍ଧ ଦେବୀ ପୀଠ ମା ବରୁଣେଇ ମନ୍ଦିରରୁ ହୁଣ୍ଡି ବାକ୍ସ ଚୋରି ହୋଇଛି । ସକାଳ ସମୟରେ ମନ୍ଦିର ର ପୂଜକ ଦେଖି କମିଟିର ସଦସ୍ୟମାନଙ୍କୁ ଜଣାଇଥିଲେ। ହୁଣ୍ଡି ବାକ୍ସରେ ପ୍ରାୟ ୨ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରହିଥାଏ ବୋଲି ସଦସ୍ୟ ମାନେ କହିଛନ୍ତି । ଏନେଇ ଧୂଷୁରୀ ଥାନାରେ ଅଭିଯୋଗ କରିଛନ୍ତି।
ସେପଟେ ଅସୁରାଳି , ଉଚ୍ଚପଦା ହନୁମାନ ମନ୍ଦିର , ତାରିଣୀ ମନ୍ଦିର ଏବଂ ଉତ୍ତରେଶ୍ୱର ମହାଦେବ ମନ୍ଦିରରୁ ବିଭିନ୍ନ ପିତଳ ଜିନିଷ ଚୋରି ହୋଇଥିବା ସୂଚନା ମିଳିଛି । ଏଭଳି ରାସ୍ତା ପାଖ ମନ୍ଦିରରୁ ଚୋରି ହେବା ପରେ ଘଟଣାକୁ ନେଇ ଲୋକେ ଧୂଷୁରୀ ପୋଲିସକୁ ଦାୟୀ କରିଛନ୍ତି । ମନ୍ଦିରରୁ ଚୋରି ନେଇ ଅଭିଯୋଗ ପରେ ଧୂଷୁରୀ ପୋଲିସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Spread the love