୧୭ ବର୍ଷ ପରେ ପୁଣି ଏକାଠି ହେବେ ଉଦ୍ଧବ ଓ ରାଜ୍‌ ଠାକରେ

ଏକାଠି ହେବେ ଉଦ୍ଧବ ଓ ରାଜ୍‌ ଠାକରେ। ଶିବସେନାର ଉଦ୍ଧବ ଗୋଷ୍ଠୀ ଓ ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ମଧ୍ୟରେ ସ୍ଥାପନ ହେବ ସଂପର୍କ। ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା ସୃଷ୍ଟି ହୋଇଥିବା ବେଳେଲ ଦୁଇ ଭାଇ ପୁଣି ଏକାଠି ନଜର ଆସିବେ ବୋଲି ଜଣାପଡ଼ିଛି। ଏନସିପିରେ ଫାଟ ପରେ ଦୂର୍ବଳ ହୋଇଛି ମହାବିକାଶ ଅଘାଡ଼ି।

ଏଭଳି ସ୍ଥିତିରେ ଉଦ୍ଧବ ଓ ରାଜଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ ହେବାକୁ ଯାଉଛି। ଏପରିକି ଅଜିତ ପାୱାର ସିନ୍ଦେ ସରକାରରେ ସାମିଲ ହେବାର ପରଦିନ ଗୋଟିଏ ବ୍ୟାନରରେ ଉଦ୍ଧବ ଓ ରାଜ୍‌ ଠାକରେଙ୍କ ଫଟୋ ଲାଗିଥିବା ଦେଖାଯାଇଛି।

ମହାରାଷ୍ଟ୍ର ରାଜନୀତିର ବର୍ତ୍ତମାନ ସ୍ଥିତିରେ ଦୁଇ ଭାଇଙ୍କ ମଧ୍ୟରେ ପୁଣି ସୁସଂପର୍କ ସ୍ଥାପନ ହେବ ବୋଲି ଉଦ୍ଧବ ଗୋଷ୍ଠୀର ଜଣେ ନେତା କହିଛନ୍ତି। ଶିବସେନାର ଉଦ୍ଧବ ଗୋଷ୍ଠୀ ଓ ରାଜ ଠାକ୍‌ରେ ନିଜ ଦଳର ସ୍ଥିତିକୁ ସମ୍ଭାଳିବାକୁ ୧୭ ବର୍ଷ ପରେ ପୁଣି ଏକାଠି ହେବାକୁ ଯାଇଛନ୍ତି ବୋଲି କୁହାଯାଇଛି।

ସେପଟେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଉଦ୍ଧବ ଓ ରାଜ୍‌ ୨ ଭାଇ। ସେମାନଙ୍କ ରାଜନୈତିକ ଦଳ ଅଲଗା ହୋଇଥିଲେ ମଧ୍ୟ ପରସ୍ପର ପ୍ରତି ଆବେଗ ଓ ଶ୍ରଦ୍ଧା ରହିଛି ବୋଲି କହିଛନ୍ତି ସଞ୍ଜୟ ରାଉତ।

Spread the love