ଦୁଇ ବିଜେପି କର୍ମୀଙ୍କୁ ଛୁରା ମାଡ଼

ସୋର : ବିଜେପି କର୍ମୀଙ୍କୁ ଛୁରା ମାଡ଼. ବାଲେଶ୍ବର ଜିଲ୍ଲା ସୋରରେ ବିଜେପିର ଦୁଇ ଜଣ କର୍ମୀଙ୍କୁ ଛୁରା ମାଡ଼ ହୋଇଛି। ଆଜି ସୋର ସହରରେ ବିଜେପିର ବିଜୟ ଶୋଭାଯାତ୍ରା ଚାଲିଥିବା ବେଳେ ବିଜେପି କର୍ମୀ ମାନେ ରାଲି ସାରି ତାଳନଗର ଫେରୁଥିଲେ । ଏତିକିବେଳେ ତାଳନଗର ଉଭର ବ୍ରିଜ ଉପରେ ଛୁରାମାଡ ହୋଇଛି ଲା

ବିଜେଡିର ଗୁଣ୍ଡା ମାନେ ଛୁରା ମାଡ଼ କରିଥିବା ବିଜେପି ଅଭିଯୋଗ କରିଛି l ବିଜେପି ପତାକା ଧରି ଘରକୁ ଫେରୁଥିବା ବେଳେ ଯୋଜନାବଦ୍ଧ ଭାବରେ ପଛରୁ ଯାଇ ଛୁରା ମାଡ଼ କରିଥିଲେ l ଗୁରୁତର ଅବସ୍ଥାରେ ସେମାନଙ୍କୁ  ପ୍ରଥମେ ସୋର ଡ଼ାକ୍ତରଖାନା ଏବଂ ପରେ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ଦୁଇଜଣ ୪୪ ନମ୍ବର ବିଜେପି ମଣ୍ଡଳ ସଭାପତିଙ୍କ ଭାଇ ବୋଲି ଜଣାପଡ଼ିଛି lଏଥିସହ ବିଜେପିର ସଭା ଚାଲିଥିବା ବେଳେ କିଛି ବ୍ୟକ୍ତି ଟେକା ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ସେମାନେର ସୋର ଡାକ୍ତଖାନାରେ ଚିକିତ୍ସିତ ହେଉଛନ୍ତି l ଏସବୁ ବିଧାୟକଙ୍କ ଇଙ୍ଗିତରେ ହୋଇଥିବା ଅଭିଯୋଗ କରିଛି ବିଜେପି । ଏବେ ବିଜେପି କର୍ମୀମାନେ ବିଭିନ୍ନ ଦାବି ନେଇ ଥାନା ଘେରାଓ କରିଛନ୍ତି ।

Spread the love