ସିଆଇଟିୟୁ ର ଦେଶବ୍ଯପୀ ଦାବି ଦିବସ

୮ ଘଣ୍ଟା କାର୍ଯ୍ଯ ଅବଦ୍ଧି ୧୨ ଘଣ୍ଟା କୁ ବୃଦ୍ଧି ବାତିଲ କର। ସମସ୍ତ ପ୍ରବାସୀ ଶ୍ରମିକ, ଅସଂଗଠିତ ଶ୍ରମିକ ମାନଙ୍କ ମାସିକ ୭୫୦୦/ ଟଙ୍କା ଦିଅ। କର୍ପୋରେଟ ସପକ୍ଷବାଦି ଶ୍ରମିକ ଆଇନ ସଂଶୋଧନ ବନ୍ଦକର। ସମସ୍ତ କୃଷି ଋଣ ଛାଡ କର। ଲକଡାଉନ ସମୟର ସମସ୍ତ ଦରମା ଦିଅ।

କରୋନା ମୁକାବିଲା ପାଇଁ ବ୍ଯପକ ପରିକ୍ଷା କର ଏବଂ ଡାକ୍ତରୀ ସାମଗ୍ରୀ ଯୋଗାଅ। ଡାକ୍ତର, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ସମେତ ସମସ୍ତ ସ୍ବାସ୍ଥକର୍ମୀ ଙ୍କୁ ୫୦ ଲକ୍ଷ ବୀମା ଭୁକ୍ତ କରାଅ।ପରିବନହନ ଶ୍ରମିକ,ଅଟୋ ଓ ଟ୍ଯାକ୍ସି ଚାଲକ ମାନଙ୍କୁ ମାସକୁ ୭୫୦୦/ଟଙ୍କା ଓ ତିନି ମାସର ରାସନ ଯୋଗାଅ ପ୍ରଭୃତି ଦାବିରେ ଦେଶବ୍ଯାପୀ ଦାବି ଦିବସ ସିଆଇଟିୟୁ ତରଫରୁ ପାଳନ କରାଯାଇଛି।

ଏହି ପରିପେକ୍ଷିରେ ଭୁବନେଶ୍ବର କମିଟି ତରଫରୁ ସ୍ଥାନ ଜୟଦେବ ବିହାର ଛକ ଓ ସମେଇଗାଡିଆ ଠାରେ ପାଳନ କରାଯାଇଛି। ସିଆଇଟିୟୁ ଭୁବନେଶ୍ୱର ଜିଲ୍ଲା ସଂପାଦକ ସୁରେଶ ରାଉତରାୟ,ସହ ସଂପାଦକ ପ୍ରଭାତ ପାଣିଗ୍ରାହୀ, ମନୋରଞ୍ଜନ ସାହୁ, ଯଶୋଦା ନାୟକ, ବିମଳୀ ନାୟକ, ପେଟ୍ରୋଲ ପମ୍ପ ୟୁନିୟନନେତା ଜଦୁନାଥ ଦାସ, ଦିଲ୍ଲିପ ନାୟକ ମହିଳାନେତ୍ରୀ ମିନତୀ ପାଣିଗ୍ରାହୀ ପ୍ରମ୍ମୁଖ ଅଶଂଗ୍ରହଣ କରିଥିଲେ।

Spread the love