ସଫେଇ କଲେ ମେୟର,କର୍ପୋରେଟର

ଭୁବନେଶ୍ବର :  ରାଜଧାନୀର ସ୍ବଚ୍ଛତା ପାଇଁ ହାତରେ ଝାଡୁ ଧରିଲେ ମେୟର ଓ କର୍ପୋରେଟର। ସ୍ବଚ୍ଛ ହେବ ରାଜ୍ୟର ରାଜଧାନୀ ଭୁବନେଶ୍ବର। ଏଣିକି ମାସର ଶେଷ ରବିବାର ବିଭିନ୍ନ ସ୍ଥାନରେ ସଫେଇ କରିବେ କର୍ପୋରେଟର । ଲୋକଙ୍କୁ ସଚେତନ କରିବା ସହିତ ସ୍ବଚ୍ଛ ସହରର ଆହ୍ବାନ ଦେଇ ଆଜିଠୁ ଏଭଳି ନୂଆ ଅଭିଯାନ ଆରମ୍ଭ କରିଛି ବିଏମସି ।ସକାଳ ୬ଟାରୁ ରସୁଲଗଡ଼ ଓଭରବ୍ରିଜ ତଳୁ ଆରମ୍ଭ ହୋଇଛି ସଫେଇ ଅଭିଯାନ ଏବଂ ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି କର୍ପୋରେଟର ଓ ମେୟର।ଏହାଛଡା ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଭୁବନେଶ୍ବରକୁ କ୍ଲିନ ଓ ଗ୍ରୀନ ସହରରେ ପରିଣତ କରିବାକୁ ଲୋକଙ୍କ ସହଯୋଗ କାମନା କରିଛି ବିଏମସି ।ସହରର ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇ ରାତ୍ରୀକାଳୀନ ସଫେଇ ଆରମ୍ଭ ହୋଇଛି । ବ୍ୟବସାୟିକ ପ୍ରତିଷ୍ଠାନକୁ ଅନ୍ୟୁନ ୫ ମିଟର ପରିଧିର ପରିମଳ ଦାୟିତ୍ବ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଖିଲାପ କଲେ ଫାଇନ ଆଦାୟ ହେଉଛି । ଏଥିରେ ଭୁବନେଶ୍ବରବାସୀ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ମେୟର ସୁଲୋଚନା ଦାସ ।

Spread the love