ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର ୱାର୍ଡରେ ଗତକାଲି ସଫେଇ କର୍ମଚାରୀ ଗୋଲାପ ମାହାରଙ୍କ ମୃତ୍ୟୁ ପରେ ଆଜି କାମ ବନ୍ଦ କରିଛନ୍ତି ସଫେଇ କର୍ମଚାରୀ ।

ସୂଚନାଥାଉ କି, ଖଣ୍ଡଗିରି ନିକଟ ପଞ୍ଚସଖା ନଗରରେ ସଫେଇ କାମ ଚାଲିଥିବାବେଳେ ଗୋଲାପ ଅସୁସ୍ଥ ହୋଇପଡିଥିଲେ । ସେ ପୂର୍ବରୁ ଅସୁସ୍ଥ ଥିବାରୁ ଖରାରେ କାମ ନ କରିବା ପାଇଁ ସାନିଟାରୀ ଇନ୍ସପେକ୍ଟରଙ୍କୁ ନିବେଦନ କରିଥିଲେ । କିନ୍ତୁ କାମ କରୁଥିବାବେଳେ ସେ ଅଧିକ ଅସୁସ୍ଥ ହୋଇଥିଲେ । ଘରେ ଯାଇ ବିଶ୍ରାମ ନେବାର କିଛି ଘଣ୍ଟା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନା ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ସାନିଟାରୀ ଇନ୍ସପେକ୍ଟରଙ୍କ ଅବହେଳା ଯୋଗୁଁ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସଫେଇ ମଜଦୁର ସଂଘ ଅଭିଯୋଗ କରିଛି ।

Spread the love