ଲବଙ୍ଗର ଉପକାରିତା

ନୂଆଦିଲ୍ଳୀ : ଲବଙ୍ଗ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ କାରଣ ଲବଙ୍ଗର ଔଷଧୀୟ ଗୁଣ ରହିଥାଏ। ଯଥା- ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଆଇରନ୍, କ୍ୟାଲସିୟମ୍, ସୋଡିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, ଜିଙ୍କ ଏବଂ ତମ୍ବା ପରି ଉପାଦାନ ଗୁଡ଼ିକ ରହିଥାଏ। ଲବଙ୍ଗ ଦାନ୍ତଠାରୁ ଆରମ୍ଭ କରି ଚର୍ମ ପଯ୍ୟନ୍ତ ଉପକାର କରିଥାଏ।  ତେବେ ଚାଲନ୍ତୁ ଜଣିବା ଲବଙ୍ଗର ଉପକାରିତା ବିଷୟରେ….

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ – ଲବଙ୍ଗ ଜଳରେ ବ୍ୟବହାର କରିବା ଦ୍ବାରା  ରୋଗ ପ୍ରତିରୋଧକ ଶକ୍ତି ବୃୃଦ୍ଧି ହୋଇଥାଏ।ଏହା ସଂକ୍ରମଣ ଏବଂ ଫ୍ଲୁ ଜୀବାଣୁ ସହିତ ଲଢିବାରେ ସାହାଯ୍ୟ କରେ। ଲବଙ୍ଗ ପାଣିରେ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । ଏହା ସହିତ ଏଥିରେ ମାଙ୍ଗାନିଜ୍, ଭିଟାମିନ୍ କେ, ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୁର ମାତ୍ରାରେ ରହିଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ଅଟେ।

ଦାଗ ହଟାଏ – ଲବଣରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଯାହା ଚର୍ମରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାର ବ୍ୟବହାର ଆପଣଙ୍କ ପିମ୍ପଲ୍ ତଥା ବ୍ରଣ , ଦାଗ ହ୍ରାସ କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ଚେହେରାରେ ଏକ ଚମକ ମଧ୍ୟ ଆଣିଥାଏ।

ସୁଗାର ହ୍ରାସ କରେ – ଇନସୁଲିନ୍ ଉତ୍ପାଦନ କରିବାରେ ଲବଣ ବହୁତ ସାହାଯ୍ୟ କରେ। ଏହା ରକ୍ତରେ ଚିନି ସ୍ତର ହ୍ରାସ  କରିଥାଏ। ମଧୁମେହ ରୋଗୀଙ୍କ ପାଇଁ ଲବଙ୍ଗ ପାଣି ଅତ୍ୟନ୍ତ ଲାଭଦାୟକ ଅଟେ।

ଦାନ୍ତ ପାଇଁ- ଦାନ୍ତ ଓ ପାଟିର ସ୍ୱଚ୍ଛତା ପାଇଁ ଲବଙ୍ଗ ପାଣି ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ। ଲବଙ୍ଗ ଗୁଡ଼ିକରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଥାଏ । ଲବଙ୍ଗ ପାଣି ପିଇବା ଦ୍ୱାରା ପାଟିରେ ଜୀବାଣୁ ଗୁଡିକ ମରିଯାଏ । ପାଟି ମଧ୍ୟ ସୁଗନ୍ଧିତ ରହିଥାଏ।

Spread the love