ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ହିତାଧିକାରୀଙ୍କୁ ଆଉ ୮ମାସ ଚାଉଳ ଦେବାକୁ ଅନୁରୋଧ

ଭୁବନେଶ୍ୱର ୨୧।୧୧: ପ୍ରଧାନମନ୍ତ୍ରୀଙ୍କୁ ଚିଠି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଚିଠି । ହିତାଧିକାରୀଙ୍କୁ ଆଉ ୮ମାସ ପାଇଁ ଚାଉଳ ଦେବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଚିଠିରେ ଆହୁରୀ ମଧ୍ୟ ଲେଖିଛନ୍ତି ଯେ, କୋଭିଡ କାଳରେ PMGKAYରେ NFSA ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ । ଚାଉଳ ଯୋଗାଣର ସମୟ ସୀମା ଚଳିତ ମାସ ଶେଷ ହେଉଥିବାରୁ ଏହି ମସୟ ସୀମା ଆଉ ୮ ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ ସ୍ଥିତିରେ ଉନ୍ନତି ଆସିବା ଯାଏ ଚାଉଳ ଦେବାକୁ ଅନୁରୋଧ । କୋଭିଡ ଏବେ ବି ସରିନି, ଲୋକଙ୍କ ଜୀବିକା ସ୍ବାଭାବିକ ହୋଇନି ତେଣୁ ଅତିରିକ୍ତ ଚାଉଳ ହିତାଧିକାରୀଙ୍କୁ ଆଉ ୮ ମାସ ଦେବାକୁ ଅନୁରୋଧ ।

Spread the love