ରାୟଗଡ଼ାବାସୀଙ୍କୁ ୮୭୦ କୋଟି ଟଙ୍କାର ଭେଟି, ଜିଲ୍ଲାବାସୀ ପାଇଲେ BSKY ସ୍ମାର୍ଟ ହେଲଥ କାର୍ଡ

ରାୟଗଡ଼ା : ରାୟଗଡ଼ାବାସୀଙ୍କୁ ୮୭୦ କୋଟି ଟଙ୍କାର ଭେଟି। ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡିହେଲା ରାୟଗଡ଼ା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂରେ ରାୟଗଡ଼ା ଜିଲ୍ଲାବାସୀଙ୍କୁ ବିଏସକେୱାଇ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି । ୧୧ଟି ବ୍ଲକର ୨ଲକ୍ଷ ୫୨ହଜାର ୧୯୧ ପରିବାରର ୮ଲକ୍ଷ ୩୪ହଜାର ୫୭୦ ହିତାଧିକାରୀଙ୍କୁ ମିଳିବ BSKY ସ୍ମାର୍ଟ ହେଲ୍‌ଥ କାର୍ଡ।

ଏହାସହ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। BSKY ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ମିଶନ ଶକ୍ତିର ମହିଳାଙ୍କ କାମକୁ ପ୍ରଶଂସା କରିଛନ୍ତି। ରାୟଗଡ଼ାରେ ଅନେକ ପରିବର୍ତ୍ତନ ଆସିଛି। ଜଳ ସେଚନ ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ହେଉ କି ରିକ୍ସାଚାଳକ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ମୁଁ ଚାହେଁ ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ। ‘ଏଭଳି ସ୍ୱାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ BSKY ସ୍ମାର୍ଟକାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ। ବର୍ତ୍ତମାନ ସୁଦ୍ଧା ସ୍ମାର୍ଟ ହେଲ୍‌ଥ କାର୍ଡରେ ରାଜ୍ୟରେ ରାୟଗଡ଼ା ସହ ୧୭ଟି ଜିଲ୍ଲାର ଜନସାଧାରଣ ଯୋଡ଼ି ହୋଇ ସାରିଛନ୍ତି।
Spread the love