ସାଢ଼େ ୩କୋଟି ରାସନ କାର୍ଡଧାରୀ ପାଇବେ କୋଭିଡ ସହାୟତା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗରିବଙ୍କ ପାଇଁ ପୁଣି ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସନକାର୍ଡ ଧାରୀ ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ହଜାରେ ଟଙ୍କାର କୋଭିଡ ସହାୟତା । ବୁଧବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୦ ଜିଲ୍ଲାର ୩କୋଟି ୫୦ ଲକ୍ଷ କାର୍ଡଧାରୀ ଏହି ସୁବିଧା ପାଇବେ ।

ଉପକୃତ ହେବେ ରାଜ୍ୟର ୯୬ ଲକ୍ଷ ପରିବାର । ସପ୍ତାହେ ମଧ୍ୟରେ ସହାୟତା ରାଶି ପ୍ରଦାନ ପାଇଁ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ସହାୟତା ରାଶି ଯୋଗାଇ ଦିଆଯିବ । ରାଜ୍ୟବାସୀଙ୍କ ଜୀବନ ମାନଦଣ୍ଡ କିପରି ପରିବତ୍ତର୍ନ ହେବ ସେନେଇ ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଅପରାହ୍ନରେ ୩୦ ଜିଲ୍ଲାର ମିଶନଶକ୍ତି ସଦସ୍ୟାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ  ।

Spread the love