ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଏପଟେ, ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅମ୍ଫାନ । ଏହା ସମୁଦ୍ର ମଧ୍ୟରେ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ଷ୍ଟୋର୍ମର ରୂପ ନେଇ ସାରିଛି । ପାରାଦୀପଠାରୁ ୪ ଶହ ୮୦ କିଲୋମିଟର ଦକ୍ଷିଣରେ ସମୁଦ୍ର ଭିତରେ ରହିଛି ବାତ୍ୟା । ଘଂଟା ପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଆଡକୁ ଅଗ୍ରସର ହେଉଛି । ବାତ୍ୟା କେନ୍ଦ୍ର ଓଡିଶାର ପାରାଦୀପର ଦକ୍ଷିଣ ଦିଗରେ ପ୍ରାୟ ୪ ଶହ ୮୦ କିଲୋମିଟର ଏବଂ ପଶ୍ଚିମ ବଙ୍ଗ ଦିଘାର ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗରେ ୬ ଶହ ୩୦ କିଲୋମିଟର ଦୂରରେ ରହିଛି । ଏହି ବାତ୍ୟା ଆସନ୍ତା ୨୦ ତାରିଖରେ ପଶ୍ଚିମବଙ୍ଗର ଦିଘାରୁ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନରେ ଭୁଖଣ୍ଡକୁ ଛୁଇଁବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବ ଓଡିଶା ଉପକୂଳ, ପଶ୍ଚିମ ବଙ୍ଗ ଓ ବାଂଲାଦେଶରେ ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ବାତ୍ୟା ଅମ୍ଫାନ ଯୋଗୁଁ ମୁଖ୍ୟତଃ ପଶ୍ଚିମବଙ୍ଗର ଦକ୍ଷିଣ ଓ ଉତର ୨୪ ପ୍ରଗଣା, ପୂର୍ବ ମେଦିନାପୁର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସମ୍ଭାବନା ରହିଛି । ଅନ୍ୟପଟେ ଏହାର ପ୍ରଭାବ ଓଡିଶା ଉପକୂଳରେ ପଡିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଓଡିଶାରେ ପଶ୍ଚିମବଙ୍ଗ ତୁଳନାରେ କମ କ୍ଷୟକ୍ଷତି ହେବ ବୋଲି ଆକଳନ କରିଛି ଆଇଏମଡି ।

Spread the love