ଜାମିନ ପରେ ବି ଜେଲରୁ ମୁକୁଳିପାରିଲେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଉପରେ ରୋକ୍ ଲଗାଇଦେଇଛନ୍ତି । ଇଡିର ଅଭିଯୋଗ ପରେ ଦିଲ୍ଲୀ ହାଇକୋର୍ଟ ଆଜି ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି । ଏହି କାରଣରୁ କେଜ୍ରିୱାଲ ଏବେ ତିହାର ଜେଲରେ ରହିବେ । ଏହି କ୍ରମରେ ଟ୍ରାଏଲ କୋର୍ଟ ତରଫରୁ କେଜ୍ରିୱାଲଙ୍କୁ ମିଳିଥିବା ଜାମିନ ଉପରେ ୨୪ ଘଂଟା ମଧ୍ୟରେ ରୋକ୍ ଲଗାଇଛନ୍ତି । ଏବେ ହାଇକୋର୍ଟରେ ଜବାବ୍ ସୁଆଲ ଚାଲିବ ଓ ଦୁଇ ରୁ ୩ ଦିନ ମଧ୍ୟରେ କୋର୍ଟ ନିଷ୍ପତ୍ତି ଶୁଣାଇ ପାରନ୍ତି ।ସୂଚନା ଥାଉକି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ତରଫରୁ କେଜ୍ରିୱାଲଙ୍କୁ ଅଭିଯୁକ୍ତ କରାଯାଇ ଗିରଫ କରାଯାଇଥିଲା । ଏହି ମାମଲାରେ ଗୁରୁବାର ଦିନ ଟ୍ରାଏଲ କୋର୍ଟର ଭେକେସନ ବେଞ୍ଚ ଶୁଣାଣି କରି ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ହେଲେ ଏହି ଜାମିନକୁ ଇଡି ବିରୋଧ କରି ହାଇକୋର୍ଟରେ ଆବେଦନ କରିଥିଲା ।

Spread the love