ଆଞ୍ଚଳିକ ଦଳ ହିଁ ଓଡ଼ିଶାବାସୀଙ୍କ ଆଶା ଓ ଆକାଙ୍କ୍ଷା ପୂରଣ କରିପାରିବ: ମୁଖ୍ୟମନ୍ତ୍ରୀ

ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଜାତୀୟ ଦଳଗୁଡ଼ିକ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନବୀନ। ସେ କହିଛନ୍ତି ଯେ ଜାତୀୟ ଦଳଗୁଡ଼ିକର ମୁଖ୍ୟ ଫୋକସ ହେଉଛି ହିନ୍ଦୀ । ଏକ ଆଞ୍ଚଳିକ ଦଳ ହିସାବରେ ବିଜେଡି ହିଁ ରାଜ୍ୟବାସୀଙ୍କ ସ୍ୱାର୍ଥ ପୂରଣ କରିପାରିବ।

ବିଜେଡିର କେହି ବସ୍ ନାହାନ୍ତି । ଓଡ଼ିଶାବାସୀ ହିଁ ଆମ ବସ୍ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଆଞ୍ଚଳିକ ଦଳ ହିଁ ଆପଣଙ୍କ ଆଶା ଓ ଆକାଙ୍କ୍ଷା ପୂରଣ କରିପାରିବ ବୋଲି ସେ କହିଛନ୍ତି। ବୈଠକରେ ବିଜେପି ଓ କଂଗ୍ରେସ ନେତାଙ୍କୁ ବି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ସେମାନେ ଓଡ଼ିଶା କଥା ଚିନ୍ତା କରୁନାହାନ୍ତି, କେବଳ ଉଚ୍ଚ ପଦବୀ ଓ ମନ୍ତ୍ରୀ ହେବା ଆଶାରେ ରହିଛନ୍ତି।

Spread the love