ମମତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା

ମମତାଙ୍କୁ ଫୋନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟଲାଭ କରିଥିବା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ବୃହତ ବିଜୟ ହାସଲ କରିଛି । ୨୯୨ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଟିଏମସି ୨୧୪ ଆସନରେ ବିଜୟୀଲାଭ କରିଥିବା ବେଳେ ବିଜେପି ୭୬ଟି ଆସନ ହାସଲ କରିଛି ।ମମତାଙ୍କ ବିଜୟ ପରେ ତାଙ୍କୁ ଅନେକ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଏହାସହ ଶୁଭେଚ୍ଛା ମଧ୍ୟ ଜଣାଇଥିବା ସୂଚନା ମିଳିଛି ।

Spread the love