ପିତାଙ୍କ ପଥରେ ପୁତ୍ର : ସିଏମ୍ ହେବା ପରେ ବାପାଙ୍କ କଲମରୁ ପ୍ରଥମ ଦସ୍ତଖତ କଲେ ଷ୍ଟାଲିନ୍

ଡିଏମକେ ସଭାପତି ତଥା ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ଶୁକ୍ରବାର ଦିନ ସେ ସିଏମ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଉ କାର୍ଯ୍ୟରେ ଯୋଗ ଦେଉ ଦେଉ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କୁହାଯାଉଛି କି, ଯେ ପିତା ଏମ.କରୁଣାନିଧୀଙ୍କ ପଥ ଅନୁସରଣ କରୁଛନ୍ତି ଷ୍ଟାଲିନ୍ । ବିଧାନସଭା ନିର୍ବାଚନରେ ​​ତାଙ୍କ ଦଳ ଡିଏମକେ ୧୩୩ ଟି ଆସନରେ ଜିତିଥିଲା । ତେବେ ଏଠାରେ କହି ରଖୁଯେ, ମୁଖ୍ୟମନ୍ତ୍ରୀ ହେବା ପରେ ସେ ତାଙ୍କ କାର୍ଯ୍ୟାଳୟରେ ୨ଟି ଜିନିଷକୁ ଦେଇଛନ୍ତି ଗୁରୁତ୍ୱ ।

ପ୍ରଥମଟି ହେଉଛି ଫାଉଣ୍ଟେନ୍ ପେନ୍, ଯାହାକୁ ତାଙ୍କ ପିତା କରୁଣାନିଧି ବ୍ୟବହାର କରିଥିଲେ । ଏବଂ ଦ୍ୱିତୀୟଟି ହେଉଛି ଡିଏମକେ ପ୍ରତିଷ୍ଠାତା ଆନ୍ନା ଦୁରାଇଙ୍କ ଚିତ୍ର । ଶପଥ ନେବା ପରେ ଷ୍ଟାଲିନ ଗୋପାଳପୁରମରେ ତାଙ୍କ ପିତା ଏମ କରୁଣାନିଧିଙ୍କ ବାସଭବନରେ ଯାଇଥିଲେ । ସେଠାରେ ସେ ତାଙ୍କ ମା ଏବଂ ଭଉଣୀଙ୍କୁ ଭେଟିଥିଲେ । ପରେ, ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଷ୍ଟାଲିନଙ୍କ ପିତା କରୁଣାନିଧିଙ୍କର ୩ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ ମେ ୭ରେ ମୃତ୍ୟୁବରଣ କରିଥିଲେ । ଏହାସହ ଷ୍ଟାଲିନ ଆନ୍ନା ଦୁରାଇଙ୍କ ସ୍ମୃତିଚାରଣ କରିଥିଲେ ।

ଯିଏକି DMK ପ୍ରତିଷ୍ଠା କରିଥିଲେ । ପରେ ଷ୍ଟାଲିନ ସଚିବାଳୟରେ ପହଞ୍ଚିଥିଲେ । ସେ ଏଠାକୁ ଆସିବା ମାତ୍ରେ ସେ ୫ଟି ସରକାରୀ ନିର୍ଦ୍ଦେଶରେ ଦସ୍ତଖତ କରିଥିଲେ । ତେବେ ଯେଉଁ ପେନରେ ସେ ଦସ୍ତଖତ କରିଥିଲେ ସେ କଲମଟି ହେଉଛି ପିତା କରୁଣାନିଧିଙ୍କର । କରୁଣାନିଧିଙ୍କ ଘନିଷ୍ଠ କୁହନ୍ତି ଯେ, କରୁଣାନିଧି ଫାଉଣ୍ଟେନ କଲମ ‘ଭ୍ୟାଲି ୬୯’ କୁ ଭଲ ପାଉଥିଲେ । ସେ ଏହାକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରୋଡରେ ଥିବା ଏକ ଦୋକାନରୁ କିଣିଥିଲେ । କୁହାଯାଏ ଯେ କରୁଣାନିଧି ଦଶନ୍ଧି ଧରି ସମାନ ବ୍ରାଣ୍ଡର କଲମ ବ୍ୟବହାର କରିଆସୁଥିଲେ । ସେଥିପାିଁ ପିତାଙ୍କ ସ୍ମୃତିକୁ ଜୀବିତ ତଥା ଆଶର୍ବାଦ ସ୍ୱରୁପ ଷ୍ଟାଲିନ ମଧ୍ୟ ସେହି ପେନର ବ୍ୟବହାର କରୁଛନ୍ତି ।

Spread the love