ଏସସିବିର ହେବ ନବକଳେବର ପ୍ୟାକେଜ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର କଟକ ଏସସିବିର ମେଡିକାଲର ନବକଳେବର ହେବାକୁ ଯାଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ମଞ୍ଜୁରୀ କରିଛନ୍ତି। ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ 3000 ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢ଼ିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। ସ୍ଥାୟୀ ଘର, ଦୋକାନ, ଅନଧିକୃତ ଘର, ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି। ଜମି ମାଲିକଙ୍କ ଠାରୁ ସରକାରୀ ଅନୁମୋଦିତ ପ୍ରକ୍ରିୟାରେ ଅଧିଗ୍ରହଣ କରାଯିବ। ଜମି, ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ 1 ଲକ୍ଷ ସହାୟତା ମିଳିବ। ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କ ପାଇଁ ଏକକାଳୀନ ମିଳିବ 50 ହଜାର।  ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରିତ ଲୋକଙ୍କୁ 8 ଦିନ ଖାଦ୍ୟ ମିଳିବ। ସ୍ଥାନାନ୍ତର ଲୋକଙ୍କ ପାଇଁ ମହାନଗର ନିଗମ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯିବ। ସିଏମସି ରେଜଷ୍ଟ୍ରୀଭୁକ୍ତ ଦୋକାନୀଙ୍କୁ ଏକକାଳୀନ ମିଳିବ ଏକ ଲକ୍ଷ ଟଙ୍କା। ସେହିପରି ଅନଧିକୃତ ଦୋକାନ ଘର ପାଇଁ ଏକକାଳୀନ ମିଳିବ 30 ହଜାର। ପ୍ରତି ଉଠା ଦୋକାନୀଙ୍କୁ ଏକକାଳୀନ ମିଳିବ 20 ହଜାର ସହାୟତା। ସ୍ଥାନାନ୍ତରିତ ଧାର୍ମିକ ଅନୁଷ୍ଠାନ, କ୍ଲବ ପାଇଁ ଏକକାଳୀନ 1 ଲକ୍ଷ ମିଳିବ। ସ୍ଥାନାନ୍ତରିତ ପ୍ରତି ଗାଈ ଗୁହାଳ ପିଛା ଏକକାଳୀନ ମିଳିବ 20 ହଜାର। ସରକାରୀ କ୍ଵାର୍ଟର୍ସ ହରାଉଥିବା କର୍ମଚାରୀଙ୍କୁ ଘରଭଡା ଓ ସ୍ଵତନ୍ତ୍ର ସହାୟତା ମିଳିବ ।

Spread the love