୭୫ ତମ ସ୍ୱାଧିନତା ଦିବସ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୦୮ : ସାରା ଦେଶ ପାଳୁଛି ୭୫ ତମ ସ୍ୱାଧିନତା ଦିବସ । ଆଜିର ଦିନରେ ସ୍ୱାଧିନ ହୋଇଥିଲା ଭାରତ । ଦୀର୍ଘ ୨୦୦ ବର୍ଷ ଧରି ବ୍ରିଟିଶ ଶାସନ ଅଧିନରେ ଥିବା ଭାରତ ପାଇଥିଲା ସ୍ୱାଧିନତାର ସ୍ୱାଦ ।

ତେବେ ଏହି ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ସ୍ୱାଧିନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଦେଶର ଏକତା  ଓ ଅଖଣ୍ଡତାକୁ ସମସ୍ତେ ବଜାୟ ରଖିବା ଉଚିତ । ଏହାସହ ସମୃଦ୍ଧ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ସେ କହିଛନ୍ତି ।

Spread the love