ତାଳଦଣ୍ଡା କେନାଲ ରାସ୍ତାର ଉନ୍ନତିକରଣ ଓ ସହରର ସୌନ୍ଦର୍ଯ୍ୟକରଣର ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ସେଲ୍‌ଫି ପଏଣ୍ଟରେ ଉଠାଇଲେ ଫଟୋ

କଟକ ୨୭।୮: ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ ସମୟରେ ଯୋବ୍ରା ବ୍ୟାରେଜ ଛକଠାରୁ ଏସସିବି ମେଡିକାଲ ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ଅନୁଧ୍ୟାନ କରିଥିଲେ। ଏହାସହ ତାଳଦଣ୍ଡା କେନାଲ କଡରେ ହେଉଥିବା ସୌନ୍ଦର୍ଯ୍ୟକରଣ କାମକୁ ମଧ୍ୟ ଦେଖିଥିଲେ। ଯୋବ୍ରା ବ୍ୟାରେଜ ଛକ ନିକଟରେ ଆଇ ଲଭ୍ କଟକ ସେଲଫି ପଏଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋ ଉଠାଇଥିଲେ।

ତାଳଦଣ୍ଡା କେନାଲ ଦୁଇ ପଟର ଉନ୍ନତିକରଣ ଓ ସହରର ସୌନ୍ଦର୍ଯ୍ୟକରଣ କାମକୁ ମୁଖ୍ୟମନ୍ତ୍ରୀ ବେଶ୍ ପ୍ରଶଂସା କରିଥିଲେ । ପ୍ରଶାସନର କାମକୁ ପ୍ରଶଂସା କରି ପାଖରେ ଉପସ୍ଥିତ ଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ, ୟୁ ହାବ୍ ଡନ୍ ଏ ଗୁଡ୍ ଜବ୍ ।

Spread the love