ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମନରେଗାରେ ଶ୍ରମିକଙ୍କ ମଜୁରୀ 286 ଟଙ୍କାକୁ ବୃଦ୍ଧି, 200 ଦିନର ମିଳିବ କର୍ମନିଯୁକ୍ତି

ବାହାରକୁ କାମ କରିବାକୁ ଯାଉଥିବା ଶ୍ରମିକ ତଥା ମୂଲିଆଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇବାକୁ ଏକ ବିଶେଷ ପ୍ୟାକେଜ୍ ଘୋଷଣା କରିଛନ୍ତି। 11 ଟି ଜିଲ୍ଲା ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା ହୋଇଛି। 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି ଜିଲ୍ଲା ପାଇଁ ମନରେଗାରେ ବ୍ୟବସ୍ଥା କରାଯିବ। 4 ଜିଲ୍ଲାରେ 100 ଦିନ ବଦଳରେ ଶ୍ରମିକଙ୍କୁ ମିଳିବ 2 ଶହ କର୍ମନିଯୁକ୍ତି। ମନରେଗାରେ ଶ୍ରମିକଙ୍କୁ ଦୈନିକ 188 ବଦଳରେ ମିଳିବ 286.30 ମଜୁରୀ। ଶ୍ରମିକଙ୍କୁ ସହଜରେ ପ୍ରାପ୍ୟ ଦେବା ନିମନ୍ତେ 5 ଶହ କୋଟିର କର୍ପସ ପାଣ୍ଠି ଗଠନ କରାଯିବ। 4 ଜିଲ୍ଲାର 20 ପଞ୍ଚାୟତର ସବୁ ପରିବାରର ମହିଳାଙ୍କୁ ଏସଏଚଜିରେ ସାମିଲ କରାଯିବ। ସମସ୍ତ ଏସଏଚଜି ସଦସ୍ୟଙ୍କୁ ବୀମାଭୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି। 20 ବ୍ଲକରେ ଥିବା ଯୋଗ୍ୟ ପରିବାରକୁ ପକ୍କା ଘରର ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ। ଏହା ସହ ପ୍ରବାସୀ ଶ୍ରମିକଙ୍କ ପାଇଁ ବ୍ୟାଙ୍କିଂ ସୁବିଧା ସହ 18 ରୁ 35 ବର୍ଷ ଭିତରେ ଯୋଗ୍ୟ ଯୁବକ ଯୁବତୀଙ୍କୁ ଧନ୍ଦାମୂଳକ ତାଲିମ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Spread the love