ମକର ଉପଲକ୍ଷେ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ମକର ସଂକ୍ରାନ୍ତି । ଘରେ ଘରେ ଉତ୍ସବ। ଏହି ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ, ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆନନ୍ଦ ଉଲ୍ଲାସର ପର୍ବ ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ସୁଖମୟ ଜୀବନ କାମନା କରୁଛି। ଚାଉଳ, ଛେନା, ନଡିଆ, ଗୁଡ, କର୍ପୂର, କଦଳୀ, ଗୋଲମରିଚ ଇତ୍ୟାଦିକୁ ନେଇ ଓଡ଼ିଆମାନେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି ।

Spread the love