ଆଜି କୋଟିଆରେ ବହୁ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଦୀର୍ଘଦିନରୁ କୋରାପୁଟ ଜିଲ୍ଲାର କୋଟିଆ ନାମକ ଗାଁ’କୁ ଆନ୍ଧ୍ର ସରକାର ନିଜ ଅକ୍ତିଆରରେ ନେବା ପାଇଁ ଚିନ୍ତା କରୁଥିବା ବେଳେ ଏଥିରେ ବିଚଳିତ ହୋଇପଡ଼ିଛନ୍ତି ଓଡ଼ିଶା ସରକାର। ସୂଚନା ଅନୁସାରେ ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ କରିବେ ଆନ୍ଧ୍ର ସରକାର।
ଓଡ଼ିଶା ସରକାର କୋଟିଆ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ମଧ୍ୟ ଏହା ସେମାନଙ୍କୁ ଆକୃଷ୍ଟ କରିପାରୁ ନାହିଁ। ତେଣୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋଟିଆର ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ।

Spread the love