୬ ଜିଲ୍ଲାରେ ବିଜେଡିର ନୂଆ ସଭାପତି

ଭୁବନେଶ୍ୱର : ୬ ଜିଲ୍ଲାରେ ବିଜେଡିର ନୂଆ ସଭାପତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଜିଲ୍ଲାରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଭାବେ ନୃସିଂହ ଚରଣ ସାହୁ, ବାଲେଶ୍ୱର ପାଇଁ ଅଶ୍ୱିନୀ କୁମାର ପାତ୍ର, କୋରାପୁଟ ଜିଲ୍ଲା ସଭାପତି ହୋଇଛନ୍ତି ଝିନ ହିକ୍‌କା । ବରଗଡ଼ ଜିଲ୍ଲା ସଭାପତି ଭାବେ ପ୍ରଭାସ କୁମାର ସିଂ, ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ହାଲୁ ମୁଣ୍ଡାରୀ ଓ ଝାରସୁଗୁଡ଼ା ପାଇଁ ରବି ସିଂଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଢେଙ୍କାନାଳ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ଦେବୀ ପ୍ରସାଦ ଭୂତିଆ, କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ଗୁପ୍ତା ଓ ବରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ସୁଶାନ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି ।

Spread the love