ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଏଫସି ଖେଳାଳି

ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶା ଏଫସି ଖେଳାଳି । କେରଳରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍ ଭାଗ ନେଇଥିଲେ । ଓଡ଼ିଶା ଏଫସି ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଭାଗ ନେଇଥିଲା । ଚମତ୍କାର ଖେଳ ପ୍ରଦର୍ଶନ କରି ଦଳ ଚମ୍ପିଆନ ହୋଇଛି । ଆଇଏସଏଲ କପରେ ଦଳର ପ୍ରଦର୍ଶନ ସେତେଟା ଭଲ ହୋଇ ନଥିଲା । ହେଲେ ସୁପର କପରେ ଦମଦାର ଖେଳ ଦେଖାଇ କପ୍ ହାତେଇ ନେଇଛି ଦଳ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଖେଳାଳିମାନେ ଓଡ଼ିଶାର କ୍ରୀଡ଼ା ଭିତିଭୂମିର ବିକାଶକୁ ପ୍ରଶଂସା କରିଛନ୍ତି ।

Spread the love