ଗଣମାଧ୍ୟମ ସ୍ୱାଧୀନ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ- ମୁଖ୍ୟମନ୍ତ୍ରୀ

କଟକରେ ଖବର କାଗଜ ‘ସମାଜ’ର ୧୦୦ ବର୍ଷ ପୂର୍ତ୍ତି ଉତ୍ସବରେ ଗଣମାଧ୍ୟମ ଉପରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଅବସରରେ ଗଣମାଧ୍ୟମ ଗଣତନ୍ତ୍ର ପାଇଁ ଅମ୍ଳଜାନ ବୋଲି କହିବା ସହ ଗଣମାଧ୍ୟମ ସ୍ୱାଧୀନ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖବର କାଗଜ ‘ସମାଜ’ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସମାଜ ପରିବାରକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଖବର କାଗଜ କିପରି ଲୋକମାନଙ୍କ ହିତ ପାଇଁ କାର୍ଯ୍ୟ କରୁଛି ସେନେଇ କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ହେଡ ଲାଇନ୍‌ ଡେଡ୍‌ ଲାଇନ ଯେପରି ନହୋଇଯାଏ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ପରାମର୍ଶ କରିଛନ୍ତି ଉପରାଷ୍ଟ୍ରପତି ।

Spread the love