ରାଜ୍ୟରେ ବଢୁଛି ଓମିକ୍ରନ୍ ସଂକ୍ରମଣ, ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୪।୧: ଓମିକ୍ରନ୍ ସ୍ଥିତି ନେଇ ସମୀକ୍ଷା କରିବେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ବସିବ ସମୀକ୍ଷା ବୈଠକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖମନ୍ତ୍ରୀ ସମୀକ୍ଷା କରିବେ ।

ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୩୭ ଛୁଇଁବା ପରେ ସରକାରଙ୍କ ଚିନ୍ତା ବଢିଛି । ବୈଠକରେ ସମ୍ଭାବ୍ୟ ସ୍ଥିତି ନେଇ ଆଲୋଚନା ହେବ । ଉଭୟ ଓମିକ୍ରନ୍ ଓ କରୋନା ଉପରେ ଆଲୋଚନା ହେବ ।

Spread the love