ଆରମ୍ଭ ହେଲା ମେକ ଇନ ଓଡ଼ିଶା ମହାକୁମ୍ଭ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମେକଇନ ଓଡିଶାର ତୃତୀୟ ସଂସ୍କରଣ ଆରମ୍ଭ। ସରକାରଙ୍କ ବଡ଼ ଆୟୋଜନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡିଶା ହେବ ଶିଳ୍ପ ସମୃଦ୍ଧ ରାଜ୍ୟ । ଆଜି ଠୁ ଆରମ୍ଭ ହୋଇଥିବା ଏହି ସଂସ୍କରଣ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୦୦ରୁ ଅଧିକ ଶିଳ୍ପପତି ଯୋଗ ଦେଉଥିବା ବେଳେ ୧୩୦ଟି ଶିଳ୍ପ ସଂସ୍ଥା ପୁଞ୍ଜି ନିବେଶ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଏପରିକି ଗତ ଦୁଇଟି ସଂସ୍କରଣ ଅପେକ୍ଷା ଚଳିତ ଥର ଅଧିକ ଅର୍ଥାତ ୬ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ପୁଞ୍ଜି ନିବେଶର ବି ଆଶା କରିଛନ୍ତି ସରକାର । ବିଶେଷ କରି ୭ ଟି ପ୍ରମୁଖ ସେକ୍ଟର ଉପରେ ଫୋକସ୍ ରଖାଯାଇଛି । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ,ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଫୋକସ୍ କରାଯାଇଛି ।

ସେହିପରି ମେକଇନ ଓଡିଶା ପାଇଁ ଚଳିତ ଥର ଜାପାନ, ନରୱେ ଏବଂ ଜର୍ମାନୀର କଣ୍ଟ୍ରି ପାର୍ଟନର ରଖା ଯାଇଛି। ଆସନ୍ତାକାଲି ପ୍ଲେନାରୀ ସେସନରେ ମିତ୍ତଲ, ବିର୍ଲା, ବେଦାନ୍ତ, ଜିନ୍ଦଲ କମ୍ପାନୀ ଗ୍ରୁପର ଅଧ୍ୟକ୍ଷମାନେ ଯୋଗ ଦେବେ।ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସୁଛି ଜନତା ମଇଦାନ।

Spread the love