ଆସନ୍ତାକାଲି ଝାରସୁଗୁଡ଼ା ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅପରାହ୍ଣ ସାଢ଼େ ୪ଟାରେ ଅମଲିପାଲିଠାରେ ଦୀପାଳୀଙ୍କ ପାଇଁ ଭୋଟ ମାଗିବେ । ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ ନବୀନ ପଟ୍ଟନାୟକ । ସୁପ୍ରିମୋଙ୍କ ପ୍ରଚାର ବିଜେଡି ଶିବିରରେ ଜୋସ୍ ଭରିବ । ଉପନିର୍ବାଚନରେ କେବଳ ବିଜୟ ନୁହେଁ, ବଡ଼ ମାର୍ଜିନରେ ଜିତିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଦୀପାଳି ଲକ୍ଷେ ଭୋଟରେ ବିଜୟୀ ହେବେ ବୋଲି ଦଳୀୟ ନେତା ଦମ୍ଭୋକ୍ତି ଦେଖାଇଛନ୍ତି ।
ପୂର୍ବରୁ ପଦ୍ମପୁର ଉପନିର୍ବାଚନରେ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ୍ ମାଗିଥିଲେ ନୀବନ ପଟ୍ଟନାୟକ । ବର୍ଷା ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ଆଜି ବିଜେଡି ହେଭିେଓ୍ଵଟଙ୍କ ଗହଣରେ ଦୀପାଳି ଦାସ ଝାରସୁଗୁଡ଼ା ବ୍ଳକର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିଛନ୍ତି । ବାପା ଛାଡ଼ି ଯାଇଥିବା ଅଧୁରା କାମରୁ ସେ ବିଧାୟିକା ହେଲେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।