ପଷ୍ଟକଲେ ନବୀନ, ମହାମେଣ୍ଟରେ ସାମିଲ ହେବେନି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି। ମୁୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ଉଭୟ ବିଜେଡି ଓ ବିଜେପିଠାରୁ ସମଦୂରତା ରକ୍ଷା କରିଆସୁଛି। ଆଗାମୀ ଦିନରେ ବିଜେଡି କୌଣସି ମହାମେଣ୍ଟରେ ମଧ୍ୟ ସାମିଲ ହେବ ନାହିଁ । 

ସେହିପରି ମନ୍ତ୍ରିମଣ୍ଡଳ ଅଦଳବଦଳ କଥା  ବର୍ତ୍ତମାନ  ଚିନ୍ତା କରାଯାଇ ନାହିଁ।ସୂଚନାଯୋଗ୍ୟ ଯେ, ସମଗ୍ର ଦେଶରେ ବିଜେପି ବିରୋଧରେ ମହାମେଣ୍ଟ କରିବା ପାଇଁ କଂଗ୍ରେସ ପକ୍ଷରୁ କସରତ ଆରମ୍ଭ ହୋଇଛି। ଏଥିରେ ଆରଜେଡ଼ି, ନାସନାଲ କନଫରେନସ, ଏନସିପି, ଟିଡ଼ିପି ଓ ବାମପନ୍ଥୀ ଦଳଗୁଡ଼ିକ ସାମିଲ ଅଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଗତକାଲି ଦିଲ୍ଲୀରେ ଚାଷୀଙ୍କ ହକ୍‌ ପାଇଁ କେନ୍ଦ୍ର ସରକାରଙ୍କୁ ବେଶ୍‌ କଡ଼ା ଭାଷାରେ ଟାର୍ଗେଟ କରିଥିଲେ। ତା ପରଠାରୁ ବିଜେଡି ମୋଦିଙ୍କ ବିରୋଧରେ ସମ୍ଭାବିତ ମହାମେଣ୍ଟରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଜେଡି ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ନୀତିରେ ଏବେ ବି କାଏମ ରହିଛି। ଏ ପର୍ଯ୍ୟନ୍ତ ବିଜେଡି ମହାମେଣ୍ଟରେ ସାମିଲ ହୋଇ ନାହିଁ।

Spread the love