ଏ ବଜେଟ୍ ହେଉଛି ଲୋକଙ୍କ ବଜେଟ୍: ମୁଖ୍ୟମନ୍ତ୍ରୀ

ବିଧାନସଭାରେ ବଜେଟ୍ ଉପସ୍ଥାପନ କରିସାରିଛନ୍ତି ଅର୍ଥମନ୍ତ୍ରୀ । ୨ ଲକ୍ଷ ୩୦ ହଜାର କୋଟିର ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି, ଏ ବଜେଟ୍ ହେଉଛି ଲୋକଙ୍କ ବଜେଟ୍। ଚଳିତ ବର୍ଷର ବଜେଟ୍ ଲୋକଙ୍କ ବଜେଟ୍, ଲୋକଙ୍କ ଦ୍ୱାରା ବଜେଟ୍ ଏବଂ ଲୋକଙ୍କ ପାଇଁ ବଜେଟ୍ ବୋଲି ନବୀନ କହିଛନ୍ତି। ଖାଲି ସେତିକି ନୁହେଁ, ଚଳିତ ବର୍ଷର ବଜେଟ୍ ଓଡିଶାକୁ ଉଚ୍ଚସ୍ତରକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପଟେ ଚଳିତ ବଜେଟକୁ ପସନ୍ଦ କରିନାହାଁନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ତାଙ୍କ କହିବା ମୁତାବକ, ବଜେଟର ଆକାର ବଢିଛି ସତ ହେଲେ ଗତ ବଜେଟର ଏକ ଲକ୍ଷ ଟଙ୍କା ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିନି । ଏ ବଜେଟ୍ ସାଧାରଣ ଲୋକଙ୍କୁ ସୁହାଇବ ନାହିଁ । ଭୋଟ୍ ହାତେଇବା ଏ ବଜେଟର ଉଦ୍ଦେଶ୍ୟ । ଏ ବଜେଟ୍ ଲୋକଙ୍କ ବଜେଟ୍, ଲୋକଙ୍କ ପାଇଁ ବଜେଟ୍ ନୁହେଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

Spread the love