ତିନି ବଡ଼ ନେତାଙ୍କୁ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ମେ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ପରି ଗୁରୁତ୍ୱପୂର୍ଣ୍ଣ ଆସନରେ ଭୋଟିଂ ହେବ । ନିର୍ବାଚନ ମଧ୍ୟରେ ବିଜେଡି ତା’ର ସଂଗଠନରେ କିଛି ନେତାଙ୍କୁ ଦାୟିତ୍ୱ ଦେଇଛି । ଦଳ ୩ ଜଣ ବଡ଼ ନେତାଙ୍କୁ ସଭାପତି ନବୀନ ପଟ୍ଟନାୟକ ବଡ଼ ଦାୟିତ୍ୱ ପ୍ରଦାନ କରିଛନ୍ତି । ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିକଟରେ ଦଳରୁ ଇସ୍ତଫା ଦେଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ସେ ପୁଣି ଦଳକୁ ଫେରିଥିଲେ । ଦଳ ପ୍ରତି ଥିବା ୫୦ ବର୍ଷର ସମ୍ପର୍କକୁ ନେଇ ତାଙ୍କର ଆଖିରୁ ଲୁହର ଧାର ବୋହି ଯାଇଥିଲା । ଦଳ ପ୍ରତି ତାଙ୍କର ଆନୁଗତ୍ୟ ରହିଥିବା ସେ କହିଥିଲେ । ଦଳ ତାଙ୍କୁ ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେଇଛି ।

ଅଶ୍ୱିନୀ କୁମାର ପାତ୍ରଙ୍କୁ ଦଳର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ଦଳର ସଭାପତିଙ୍କ ଦସ୍ତଖତ ଥିବା ଏକ ଆଦେଶନାମା ଜାରି ହୋଇଛି । ଏଥିସହିତ କିଶୋର ଚନ୍ଦ୍ର ତରାଇଙ୍କୁ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି ।

Spread the love