ବିଜେଡି ଇସ୍ତାହାର କମିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ବିଜେଡି ପକ୍ଷରୁ ୩୭ଜଣିଆ ଇସ୍ତାହାର କମିଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହାକୁ ଘୋଷଣା କରିଛନ୍ତି। କମିଟିର ଅଧ୍ୟକ୍ଷ ଭାବେ ବେଦ ପ୍ରକାଶ ଅଗ୍ରଓ୍ବାଲ ନିଯୁକ୍ତ ହୋଇଥିବା ବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ରଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ସେହିଭଳି ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ରମେଶ ଚନ୍ଦ୍ର ମାଝି, ନଳିନୀ ପ୍ରଧାନ, ନବ ଦାସ ପ୍ରମୁଖ ଉକ୍ତ କମିଟିରେ ଅଛନ୍ତି। ଏଥିସହ ଯୁବ, ଛାତ୍ର, ଆଇଟି ଓ୍ବିଙ୍ଗ ମୁଖ୍ୟ, କିଛି ଚାଷୀ ନେତା ଓ ସ୍ବୟଂ ସହାୟିକା ଗୋଷ୍ଠୀର ନେତ୍ରୀ ମଧ୍ୟ ଉକ୍ତ କମିଟିରେ ସାମିଲ ହୋଇଛନ୍ତି।

Spread the love