କରୋନା ମୁକବିଲା ନେଇ ନବୀନଙ୍କ ପଞ୍ଚସୁତ୍ରୀ ମନ୍ତ୍ର : ଜୁନ୍ ମାସ ଆମପାଇଁ ଗୁରୁତ୍ୱପୂର୍ଣ୍ଣ …

ଭୁବନେଶ୍ୱର, ୦୪/୬:  ଜୁନ୍ ମାସ ଆମପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ମୌସୁମି ଆସୁଥିବାରୁ ଥଣ୍ଡା, ଜ୍ବର, କାଶ ଓ ସର୍ଦ୍ଦି ବଢିବ ତେଣୁ ସମସ୍ତେ ଘରେ ରହିବା ଦରକାର, ଜରୁରୀ କାମ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାତିରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।   ସେ ଆହୁରି କହିଛନ୍ତି, ଦୁଇମାସ ଧରି ଆମେ ଯେଉଁ ତ୍ୟାଗ କରିଛନ୍ତି, ତାକୁ ବିଫଳ ହେବାକୁ ଦେବାନାହିଁ । ଲକ୍‌ଡାଉନ୍‌, ସଟ୍‌ଡାଉନ ଥାଉ କି ନଥାଉ ଆମେ ସଂଯମ ହେବା ଉଚିତ । ରାଜ୍ୟବାସୀଙ୍କ ଜୀବିକା ପାଇଁ ଲକ୍‌ଡାଉନ କୋହଳ କରାଯାଇଛି । ଆଗକୁ ମୌସୁମୀ ଆସୁଛି । ଆମକୁ ଅଧିକ ସତର୍କ ହେବାକୁ ପଡିବ । ଜୁନ୍ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ । ଜୁ୍ନ୍ ୧୦ରୁ ମୌସୁମୀ ବର୍ଷା ହେବାର ସୂଚନା ମିଳୁଛି । ଆସନ୍ତା ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ଦିନଗୁଡିକର ପରିଚାଳନା ହିଁ ଆମ ପାଇଁ ଚ୍ୟାଲେଞ୍ଜ । ଜୁନ୍ ମାସରେ ୮ ଦିନ ସର୍ଟଡାଉନ ହେବ ।
କିନ୍ତୁ ଜୀବିକାର ଆଳରେ ଜୀବନକୁ ବିପଦକୁ ଠେଲିଦେବା ଉଚିତ ନୁହେଁ। ସାଢ଼େ ୪ କୋଟି ଭାଇଭଉଣୀଙ୍କ ଜୀବନ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ, ଜୁନ୍‌ରେ ମୌସୁମି ଆସୁଥିବାରୁ ଆମକୁ ଅଧିକ ସତର୍କ ହେବାକୁ ପଡିବ ବୋଲି   ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ  ଭିଡ଼ିଓ ବାର୍ତା ମାଧ୍ୟମରେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପଞ୍ଚସୁତ୍ରୀ ମନ୍ତ୍ର

1ମାସ୍କ ପିନ୍ଧନ୍ତୁ।
2,ଘରେ ରୁହନ୍ତୁ।
3, ବାହାରକୁ ଗଲେ ସାମାଜିକ ଦୂରତା ରକ୍ଷା କରନ୍ତୁ ।
4,65 ବର୍ଷରୁ ଉର୍ଦ୍ଧ, ଗର୍ଭବତୀ ଓ 10 ବର୍ଷରୁ କମ ବୟସ ପିଲା ବାହାରକୁ ବାହାରନ୍ତୁନି।
5, 20 ସେକେଣ୍ଡ ସାବୁନରେ ହାତ ଧୁଅନ୍ତୁ।

Spread the love