ସଂକ୍ରମିତ ଅଞ୍ଚଳରେ ସୁବିଧା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କରୋନା ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସଂକ୍ରମିତ ଅଞ୍ଚଳରେ ସବୁ ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତ। ରାଜଧାନୀରେ କରୋନାର ହଟସ୍ପଟ୍ ପାଲଟିଥିବ। ବମିଖାଲ ଅଞ୍ଚଳରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ଗତକାଲି ଗୋଟିଏ ଦିନରେ ରାଜଧାନୀର ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ବମିଖାଲ ଅଞ୍ଚଳରୁ ୧୫ଜଣ ପଜିଟିଭ୍ ସାମ୍ନାକୁ ଆସିଛନ୍ତି । ଏପରିସ୍ଥଳରେ ବମିଖାଲ ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ତେବେ ସେମାନଙ୍କ ଯେପରି କିଛି ଅସୁବିଧା ନହୁଏ, ତାଙ୍କର ଘରେ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ଏତିକି ନୁହେଁ ଘରକୁ ଘର ବୁଲି ସର୍ଭେ କରୁଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ କରୋନା ଭୂତାଣୁରେ ଏବେ ସୁଧା ୩୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୩୨ ଜଣ ରହିଛନ୍ତି । ଏବଂ ୩୨ ଜଣଙ୍କ ମଧ୍ୟରୁ ଅଧିକାଂଶ ମାମଲା ବମିଖାଲ ଓ ସୂର୍ଯ୍ୟନଗର ଅଂଚଳର ବୋଲି ସରକାରଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ବମିଖାଲ ଅଂଚଳର ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଗୋଟିଏ ପରିବାରର ବୋଲି ଟ୍ୱିଟରରେ ସୂଚନା ଦିଆଯାଇଛି । ଏସବୁ ଅଂଚଳକୁ ସିଲ୍ କରାଯାଇଛି । ତେଣୁ ଲୋକମାନଙ୍କୁ ଆତଙ୍କିତ ନହେବାକୁ କୁହାଯାଇଛି ।

Spread the love