କରୋନା ଯୋଦ୍ଧାଙ୍କୁ  ତାଳିମାରି ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ 5ଟି ସଚିବ

ଭୁବନେଶ୍ୱର, ୨୨/୦୩: କରୋନା ଯୋଦ୍ଧାଙ୍କୁ  ତାଳିମାରି ଅଭିନନ୍ଦନ ଜଣାଇଲା ପ୍ରଶାସନ କରୋନା ମୁକାବିଲା ପାଇଁ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ  ଦେଇଥିବା ଆହ୍ୱାନକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ମଧ୍ୟ ଅଭିନନ୍ଦନ କରିଛନ୍ତି ।
ସେ ଘଣ୍ଟାବଜାଇ ଏବଂ ତାଳିମାରି  କରୋନାର ଯୁଦ୍ଧାମାନଙ୍କୁ ଅର୍ଥାତ୍‌, ପୁଲିସ, ଡାକ୍ତର, ନର୍ସ, ଗଣମାଧ୍ୟମ କର୍ମଚାରୀ ଏବଂ ଅନ୍ୟମାନେ ଯେଉଁମାନେ କରୋନାକୁ ପ୍ରତିହତ କରିବାକୁ ଚେଷ୍ଟା ଚଳାଇଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୫ଟାରେ  ୫ ମିନିଟ୍ ଦେଶବାସୀ ମଧ୍ୟ ତାଳି, ଥାଳି, ଘଣ୍ଟ, ଘଣ୍ଟା ବଜାଇ ସ୍ୱାଗତ କରିଥିଲେ ।
ତେବେ ସବୁଠାରୁ ବଡକଥା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭିକେ ପାଣ୍ଡିଆନ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସୁବ୍ରତ ବାଗଚୀ ପ୍ରମୁଖ ତାଳିମାରି ସ୍ୱାଗତ ଜଣାଇଥିଲେ ।
Spread the love