ବିଦେଶ ଫେରନ୍ତା ଭଉଣୀଙ୍କ ନାମ ପାଞ୍ଜିକରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୦୩: କରୋନା ସତର୍କତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀଙ୍କ ନାମ ପଞ୍ଜୀକୃତ ହୋଇଛି। ବିଦେଶରେ ଥିବାରୁ ସରକାରୀ ପୋର୍ଟାଲରେ ଭଉଣୀଙ୍କ ନାଁ ପଞ୍ଜୀକରଣ କଲେ ମୁଖ୍ୟମନ୍ତ୍ରୀ। ଏନେଇ ଟ୍ୱିଟ୍‌ କରି ଜଣାଇଲେ ମୁଖ୍ୟମନ୍ତ୍ରୀ।

ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇଛନ୍ତି। ଏଥିପାଇଁ ବିଦେଶ ଫେରନ୍ତାଙ୍କୁ ନିଜ ସମ୍ପର୍କରେ ସୂଚନା ଦେବାକୁ ସରକାର ଏକ ପୋର୍ଟାଲ ବ୍ୟବସ୍ଥା କରିଛନ୍ତି।

Spread the love