ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ! ଛଉ ନୃତ୍ୟ ପାଇଁ ଗବେଷଣା କେନ୍ଦ୍ର ଓ ବାରିପଦାରେ ତିଆରି ହେବ ରିଙ୍ଗ ରୋଡ଼୍

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ11ଟି ଜନହିତକର ପ୍ରକଳ୍ପର ଉଦଘାଟନ୍ କରିଛନ୍ତି। ଏହାସହିତ 6 ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । 150 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ୍ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ଚାରୋଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରିପଦାର କୋଅପରେଟିଭ୍ ବ୍ୟାଙ୍କ୍ ପୁନଃ କାର୍ଯ୍ୟକ୍ଷମ ହେବ ।

ରାଜ୍ୟ ସରକାର ଏଥିପାଇଁ ଟଙ୍କା ଯୋଗାଇ ଦେବେ । ଖୁବ ଶୀଘ୍ର କାମ ଆରମ୍ଭ ପାଇଁ କେନ୍ଦ୍ର ସହ କଥାହେବେ ବୋଲି କହିଲେ ନୀବନ । ଏହାବ୍ୟତୀତ ବନ୍ୟାରୁ ରକ୍ଷା ପାଇବା ପାଇଁ ବାରିପଦାରେ ରିଙ୍ଗ ରୋଡ଼୍ ତିଆରି ହେବ । ଛଉ ନୃତ୍ୟ ଉପରେ ଅଧିକ ଗବେଷଣା ପାଇଁ କେନ୍ଦ୍ର ପ୍ରତିଷ୍ଠା କରାଯିବ । ମୟୁରଭଞ୍ଜ ଆୟୁର୍ବେଦିକ କଲେଜକୁ ସରକାରୀ କରାଯିବ ।

ସୂଚନାଯୋଗ୍ୟ ବାରିପଦା ଛଉପଡିଆରେ ମିଶନ ଶକ୍ତି ମହାସମାବେଶରେ ଉଦଳା 19 ନମ୍ବର ରାଜ୍ୟ ରଜପଥ ଚମ୍ପା ନଦୀ ଉପରେ ହାଇଲେଭଲ୍ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟର 50 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତକତପୁର ଏମପିସି ଜୁନିଅର କଲେଜ ଏବଂ ବାରିପଦା ମହିଳା ମହାବିଦ୍ୟାଳର 3 ଶହ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, 3 ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ୍ କରିଛନ୍ତି ନବୀନ । ଏହାସହ ବୁଢାବଳଙ୍ଗ ନଦୀ ଉପରେ ସେତୁ, ବାରିପଦା-ପ୍ରତାପପୁର-ବଡସାହି-ମାଣତ୍ରୀ ରାସ୍ତାର ଉରା ନାଳ ଉପରେ ସେତୁ, କପ୍ତିପଦା ବଡଗୁଡୁଗୁଡିଆ ଏବଂ ଶୁଳିଆପଦା ବ୍ଲକର ଧାତିକାରେ 2ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ।

ଏହାସହ ମିଶନ ଶକ୍ତି ଯୋଜନାରେ 20 ହଜାର295 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ15 ହଜାର ଟଙ୍କା ଲେଖାଏଁ ସିଡ୍ ମନି ସହାୟତା, 26ଟି ବ୍ଲକସ୍ତରୀୟ ମହାସଂଘକୁ 25 ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ମୟୂରଭଞ୍ଜ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘ ଗୁଡିକୁ ସମୁଦାୟ 49 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର ।

Spread the love