ରମଜାନ୍ ର ଶୁଭେଚ୍ଛା ସହ ବିଶ୍ୱ ମ୍ୟାଲେରିଆ ଦିବସର ସଚେତନତା ବାର୍ତା ଦେଲେ ମୁଖ୍ୟମନ୍ତ୍ରୀ

ଲକଡାଉନ ଅବଧି ଓ କରୋନା ଭୟବହତା ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମୁସଲିମଙ୍କ ରମଜାନ ମାସ । ଗତକାଲି ଚାନ୍ଦ ଦେଖିଲା ପରେ ଆଜିଠାରୁ ମୁସଲିମ ସଂପ୍ରଦାୟ ରିତୀନିତି ଅନୁଯାୟୀ ପାଳନ କରୁଛନ୍ତି ପବିତ୍ର ରମଜାନ ମାସ । ତେବେ ରମଜାନରେ ରାଜ୍ୟ ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ୱିଟ କରି ଲେଖିଛନ୍ତି, ‘‘ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ରମଜାନର ଶୁଭେଚ୍ଛା । ଏହି ପବିତ୍ର ମାସ ଆମର ଚିନ୍ତାଧାରା ଏବଂ କାର୍ଯ୍ୟକୁ ଶୁଦ୍ଧ କରୁ ଏବଂ ଆମକୁ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତମ ସ୍ୱାସ୍ଥ୍ୟର ଆଶୀର୍ବାଦ ଦେଉ । ମହାମାରୀ କୋଭିଡ-୧୯କୁ ପରାସ୍ତ କରିବାକୁ ଭଗବାନ ଆମକୁ ଶକ୍ତି ଦିଅନ୍ତୁ ।’’ ଅନ୍ୟପଟେ ଆଜି ବିଶ୍ୱ ମ୍ୟାଲେରିଆ ଦିବସ ହୋଇଥିବାରୁ, ସତେଚନତାର ବାର୍ତା ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ କରି ଲେଖିଛନ୍ତି, ‘‘ନିରନ୍ତର ପ୍ରୟାସ, ନିରାକରଣ ଏବଂ ଉନ୍ନତମାନର ଚିକିତ୍ସା ଦ୍ୱାରା ରାଜ୍ୟରୁ ମ୍ୟାଲେରିଆକୁ ବିଲୋପ କରିଥିବାରୁ ଓଡିଶା ସମଗ୍ର ବିଶ୍ୱ ପାଇଁ ଏକ ଆଦର୍ଶ ଭାବରେ ଉଭା ହୋଇଛି । ବିଶ୍ୱ ମ୍ୟାଲେରିଆ ଦିବସରେ ରାଜ୍ୟରୁ ବିଷାକ୍ତ ମ୍ୟାଲେରିଆ ମଶାଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ ଆମର ପ୍ରୟାସକୁ ଆହୁରି ଜୋରଦାର କରିବା ଆହ୍ୱାନ ଦେଉଛି ।’

Spread the love