ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ସୁନ୍ଦରଗଡ ଓ ଯାଜପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତି ଜିଲ୍ଲାକୁ ୫ କୋଟି ଟଙ୍କା

ରାଜ୍ୟରେ ଦିନକୁ ଦିନ ବଗିଡିବାରେ ଲାଗିଛି କରୋନା ସ୍ଥିତି । ତେଣୁ ଏହାର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଅଶଉ ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି । ସୁନ୍ଦରଗଡ ଓ ଯାଜପୁର ଜିଲ୍ଲା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥିତି ସମୀକ୍ଷା ପରେ କରୋନା ମୁକାବିଲା ନେଇ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫କୋଟି ଟଙ୍କା ଲେଖାଏଁ ପ୍ୟାକେଜ ଘୋଷଣା କରିଛନ୍ତି ନବୀନ ।

ସେହିପରି ପଶ୍ଚିମଓଡ଼ିଶା ପାଇଁ ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ହେବ । ରାଉରକେଲାରେ କୋଭିଡ଼ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା ୧୭୦୦କୁ ବୃଦ୍ଧି କରାଯିବ । ଏବେ ରାଉରକେଲାରେ ୭୦୦ କୋଭିଡ଼ କେୟାର ଶଯ୍ୟା ଅଛି । ସହରର ବସ୍ତି ଓ ଜନଗହଳି ସ୍ଥାନରେ କରୋନା ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ । ଯାଜପୁର ଜିଲ୍ଲାରେ ମଧ୍ୟ ଆଉ ୨୫୦ କୋଭିଡ଼ ଶଯ୍ୟା ବଢ଼ାଯିବ ବୋଲି ସୂଚନା ମିଳିଛି ।

Spread the love