ମୟୁରଭଞ୍ଜ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, କହିଲେ ରାଜ୍ୟର ବିକାଶରେ ରହିଛି ସ୍ୱତନ୍ତ୍ର ଅବଦାନ

ବାରିପଦା ୧୨/୦୮: ମୟୁରଭଞ୍ଜ ଗସ୍ତରେ ଯାଇ ରାସଗୋବିନ୍ଦପୁରର ଟିକପଦା କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସଗୋବିନ୍ଦପୁର ଓ କରଞ୍ଜିଆର ହାତୀବାରିଠାରେ ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୨ଟି ପର୍ଯ୍ୟାୟ ପ୍ରାୟ ୪୯୦ କୋଟି ଟଙ୍କାର ୧୯୪ ଟି ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଶସ୍ୟ ଶ୍ୟାମଳା ହେବ ମୟୂରଭଞ୍ଜ ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ଅଭିଭାଷଣରେ କହିଥିଲେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ମୋର ଅଭିନନ୍ଦନ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ଦ୍ୱାରା ଆଦୃତ ହୋଇଛି । ସାରା ଓଡ଼ିଶା ଆଗକୁ ବଢ଼ିବାର ଚିତ୍ର ମୁଁ ଦେଖି ପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ‘ବିଭିନ୍ନ ଦୃଷ୍ଟିରୁ ମୟୂରଭଞ୍ଜର ଭୂମିକା ଗୁରୁତ୍ବପୂର୍ଣ୍ଣ । ‘ନିଜ ଦକ୍ଷତା ବଳରେ ଜନଜାତି ପିଲା ସୁନାମ ଅର୍ଜନ କରୁଛନ୍ତି । କଳା ଓ ସଂସ୍କୃତିର ମାଟି ହେଉଛି ମୟୂରଭଞ୍ଜ ବୋଲି ସେ କହିଛନ୍ତି । ମୟୁରଭଞ୍ଜ ରାଜ୍ୟର ଏକ ବଡ ଓ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ବୋଲି ମତ ଦେଇ ସେ କହିଲେ ଯେ ରାଜ୍ୟର ବିକାଶର ମୟୁରଭଞ୍ଜର ସ୍ବତନ୍ତ୍ର ଅବଦାନ ରହିଛି । ସମସ୍ତେ ମିଶି ଜିଲ୍ଲାର ଓ ସାରା ରାଜ୍ୟର ବିକାଶ ପାଇଁ ହାତ ମିଳାଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

Spread the love