ହେମନ୍ତ ସୋରେନଙ୍କ ଭଉଣୀ ଦେଇଥିବା ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ଆବଶ୍ୟକ ପଡିଲେ କଳ୍ପନା ସୋରେନ ହେବେ ମୁଖ୍ୟମନ୍ତ୍ରୀ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଇଡି ମାମଲାରେ ଛନ୍ଦି ହୋଇଯାଇଛନ୍ତି । ଏହି କ୍ରମରେ ଗତ ସପ୍ତାହରେ ହେମନ୍ତ ସୋରେନଙ୍କ ପାର୍ଟି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ଏହାପରେ ଝାଡଖଣ୍ଡ ରାଜନୀତି ଉଷ୍ମ ହୋଇଛି । ଆକଳନ କରାଯାଉଛି କି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ହେଲେ ସେ ଇସ୍ତଫା ଦେବା ପରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ତାହାକୁ ନେଇ ମଧ୍ୟ ଆଲୋଚନା ଚାଲିଛି । ଏହି ଆଲୋଚନା ଭିତରେ ହେମନ୍ତ ସୋରେନଙ୍କ ଭଉଣୀ ଯେଉଁ ବୟାନ ଦେଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି ।

ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳୀ ସୋରେନ କହିଛନ୍ତି କି, ଯଦି ଆବଶ୍ୟକ ପଡେ ତେବେ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ପାର୍ଟିରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନେକ ଲୋକ ଅଛନ୍ତି । ହେଲେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ପାର୍ଟି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ । ହେମନ୍ତ ସୋରେନଙ୍କୁ ବାରମ୍ବାର ଇଡି ନୋଟିସ କରିବା ମାମଲାରେ ଅଞ୍ଜଳୀ କହିଛନ୍ତି କି, ଗୋଟିଏ ପଟେ କେନ୍ଦ୍ର ସରକାର ଆଦିବାସୀଙ୍କ ବିକାଶ କଥା କହି ଡିଣ୍ଡିମ ପିଟୁଛନ୍ତି ତ ସେପଟେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ତଳକୁ ଖସାଇବାକୁ ଚେଷ୍ଟା କରୁଛନ୍ତି । ହେମନ୍ତ ସୋରେନ ଜଣେ ଆଦିବାସୀ ବୋଲି ତାଙ୍କ ଉପରେ ଏଭଳି ଉତ୍ପୀଡନ କରାଯାଉଥିବା କଥା ଅଞ୍ଜଳୀ କହିଛନ୍ତି । ସୂଚନା ଥାଉକି ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ଜେରା ପାଇଁ ନୋଟିସ କରିଛି, ହେଲେ ହେମନ୍ତ ସୋରେନ ଇଡି ନୋଟିସକୁ ଆଗ୍ରାହ୍ୟ କରିଦେଇଛନ୍ତି । ଏହି କ୍ରମରେ ଇଡି ସପ୍ତମ ନୋଟିସ ଜାରି କରି ହେମନ୍ତ ସୋରେନଙ୍କ ପଚାରିଛି ଯେ ଆପଣ ନିଜେ କୁହନ୍ତୁ କେବେ ଓ କେଉଁଠି ଦେଖାହେବ । ଏହି କାରଣରୁ ଅନୁମାନ କରାଯାଉଛି କି, ଇଡି ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଉପାୟ ଖୋଜୁଛି । ଏଥିପାଇଁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ।
Spread the love