16ରେ ରାଉରକେଲା ଯିବେ ନବୀନ

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସୁନ୍ଦରଗଡ ଜିଲ୍ଲା । କରୋନା କଟକଣା ହଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ଆସନ୍ତା ୧୬ ତାରିଖରେ ଦିନିକିଆ ଗସ୍ତରେ ଯାଉଛନ୍ତି ରାଉରକେଲା । ବିଭିନ୍ନ ଯୋଜନାରେ ଜିଲ୍ଲାକୁ ଦେବେ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ।

ଗତବର୍ଷ ସୁନ୍ଦରଗଡ ଯାଇ ଘୋଷଣା କରିଥିବା ୧୨ ଶହ କୋଟି ଟଙ୍କା ପ୍ରକଳ୍ପରୁ ଉଦଘାଟନ କରିବେ ୧୦୦୦ କୋଟି ଟଙ୍କାର ପ୍ରକଳ୍ପ । ୨୦୨୩ରେ ରାଉରକେଲାରେ ହେବାକୁ ଥିବା ବିଶ୍ବ ହକି କପ୍ ପାଇଁ ଦେଶର ସବୁଠାରୁ ବଡ ଷ୍ଟାଡିୟମର ଭିତ୍ତିପ୍ରସ୍ତରେ ବିପିୟୁଟି ପରିସରରେ ସ୍ଥାପନ କରାଯିବ ।   ରାଉରକେଲା ବିପିୟୁଟିରେ ମଞ୍ଚରେ ରହି ମୁଖ୍ୟମନ୍ତ୍ରୀ ଡ଼ିଜିଟାଲ ମାଧ୍ୟମରେ ଉଦଘାଟନ କରିବା ସହ ଜିଲ୍ଲାର ୧୭ ବ୍ଲକରେ ବିଭିନ୍ନ ପ୍ରକଳ୍ପ ସହ ୧୭ ବ୍ଲକରେ ୧୮ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିପିୟୁଟି ପରିସରରେ ଭର୍ଚୁଆଲରେ ଶିଳାନ୍ୟାସ ହେବ ଆଉ ୧୭ ବ୍ଲକରେ ଲାଗିବ ଏଲଇଡ଼ି ଯାହାକୁ ପୁରା ସୁନ୍ଦରଗଡ଼ ଜିଲ୍ଲା ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବେ । ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ନେଇ ଚାଲିଛି ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତି ।

Spread the love