ଶ୍ରୀତମ ଦାସ ହେଲେ ବିଜେପିର କଟକ ମେୟର ପ୍ରାର୍ଥୀ

କଟକ ୦୬।୦୩ : ମହାନଗର ନିର୍ବାଚନକୁ ଓହ୍ଲାଇବେ ଅଭିନେତା । ଶ୍ରୀତମ ଦାସ ହେଲେ ମେୟର ପ୍ରାର୍ଥୀ । କଟକ ମହାନଗର ନିଗମ ପାଇଁ ଶ୍ରୀତମ ଦାସଙ୍କୁ ମେୟର ଭାବେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  

ଖବର ଅନୁଯାୟୀ, ଓଲିଉଡରେ ନିଜର ଦମ୍‌ଦାର ଅଭିନୟ ପାଇଁ ଦିନେ ସମସ୍ତଙ୍କ ଦୃଦୟରେ ରାଜ୍‌ କରୁଥିବା ଅଭିନେତା ଶ୍ରୀତମ ଦାସ । ପରେ ପରେ ସେ ମଧ୍ୟ ରାଜନୀତିରେ ପାଦ ଥାପିଥିଲେ । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ହେଲା ସେ ଦଳ ସହିତ ଅଛନ୍ତି । ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ରାଜରାସ୍ତାକୁ ଓହ୍ଲାଇଥାନ୍ତି ଏହି ଯୁବ ନେତା । ଆଉ ଏବେ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛି ଭାରତୀୟ ଜନତା ପାର୍ଟି । ଦଳ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା କଟକ ମହାନଗର ନିଗମ ପାଇଁ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଯାଇଛି । ବିଜେପି ଟିକେଟରୁ ଏବେ ଶ୍ରୀତମ ସିଏମ୍‌ସି ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ।

ସେପଟେ କଟକର ମେୟର ପଦବୀ ପାଇଁ କଂଗ୍ରେସ ଗିରିବାଳା ବେହେରାଙ୍କ ନାମ ଘୋଷଣା କରିଥିବା ବେଳେ ଶନିବାର ଦିନ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ନାମ ଉପରେ ମୋହର ମାରିଛି ବିଜେଡି । ଆଉ ଏବେ ବିଜେପି ମଧ୍ୟ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅଭିନେତା ଶ୍ରୀତମ ଦାସଙ୍କ ମେୟର ପ୍ରାର୍ଥୀ ଭାବେ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ।

Spread the love