ପୁଣି ମହଙ୍ଗା ହେଲା CNG, ୧୦ ମାସରେ ୧୪ ଥର ଦାମ୍‌ ବୃଦ୍ଧି

ନୂଆଦିଲ୍ଲୀ ୨୮/୧୧: ପେଟ୍ରୋଲ୍‌ ଡିଜେଲ୍‌ର ବିକଳ୍ପ ଭାବେ ଯେଉଁ ଇନ୍ଧନ ବ୍ୟବହାର କରିବାକୁ ସରକାର ପରାମର୍ଶ ଦେଉଛନ୍ତି ତାହାର ମଧ୍ୟ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ବିଶେଷ କରି ପେଟ୍ରୋଲ-ଡିଜେଲ୍‌ ବିନା ଅନ୍ୟ ଇଞ୍ଜିନ୍‌ ସିଏନଜିରେ ଚାଲୁଛି। କିନ୍ତୁ ଏହି ସିଏନଜିର ଦାମ ସରକାର ଲଗାତାର ବଢ଼ାଇ ଚାଲିଛନ୍ତି ।  ମୁମ୍ବାଇରେ ପୁଣି ଏହାର ଦାମ ବଢ଼ିଛି।

କଂପ୍ରେସଡ୍‌ ନ୍ୟାଚୁରାଲ୍‌ ଗ୍ୟାସ୍‌ (ସିଏନଜି) କିଲୋ ପ୍ରତି ୩.୯୬ ଟଙ୍କା ବୃଦ୍ଧି ପାଇ ୬୧.୫ ଟଙ୍କା ହୋଇଛି। ଏହି ନୂଆ ଦାମ ଶନିବାରଠୁ ଲାଗୁ ହୋଇଛି। ୨ ମାସ ମଧ୍ୟରେ ତୃତୀୟ ଥର ସିଏନଜି ଦାମ୍‌ ବୃଦ୍ଧି ହୋଇଛି । ୧୦ ମାସ କଥା କହିଲେ ସିଏନଜି ଦାମ୍‌ ୧୪ ଥର ବଢ଼ିଛି । ପେଟ୍ରୋଲ ଏବଂ ଡିଜେଲ୍‌ର ବ୍ୟବହାର ଯୋଗୁଁ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ସିଏନଜି ସବୁଠୁ ଭଲ ଗ୍ରୀନ୍‌ ଇନ୍ଧନ ।

ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦାମ ତୁଳନାରେ ସିଏନଜିର ଦାମ କମ୍‌ ରହିଛି । ମୁମ୍ବାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଯିବା ପରେ ଅନେକ ଅଟୋ, ଟ୍ୟାକ୍ସି, ଟ୍ରକ୍‌ ଆଦି ସିଏନଜିକୁ ପରିବର୍ତ୍ତିତ ହୋଇଛି। କିନ୍ତୁ ପୁଣି ଥରେ ସିଏନଜି ଦାମ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Spread the love