ମହଙ୍ଗା ମାଡରୁ ମୁକ୍ତି ନାହିଁ, ପୁଣି ବଢିଲା ସିଏନଜି ଦାମ୍

ନୂଆଦିଲ୍ଲୀ ୧୪/୦୪: ଜନତାଙ୍କୁ ପୁଣି ମହଙ୍ଗା ମାଡ । ଦିଲ୍ଲୀରେ ପିଏନଜି ଦାମ୍ ବଢିବାର ୧୨ ଘଣ୍ଟା ପରେ ସିଏନଜି ଦାମ୍ ବୃଦ୍ଧି ପାଇଛି । କେଜି ପିଛା ଅଢେଇ ଟଙ୍କା ବଢିଛି ସିଏନଜି ଦାମ୍ । ଫଳରେ ଏବେ ଏହା ୭୧.୬୧ ଟଙ୍କାରେ ବିକ୍ରି ହେଉଛି ।

ଗତ କିଛି ଦିନ ଧରି ସିଏନଜି ଦାମ୍ ଲଗାତର ଭାବେ ବଢି ଚାଲିଛି । ଗୁରୁବାର କେଜି ପିଛା ସିଏନଜି ଅଢେଇ ଟଙ୍କା ବୃଦ୍ଧି ପାଇଥିଲା । ଗତ ଦୁଇ ସପ୍ତାହ ହେଲା ଇନ୍ଧନର ମୂଲ୍ୟ ପ୍ରାୟ ୧୧.୬୦ ଟଙ୍କା ବୃଦ୍ଧି ପାଇଲାଣି ।

ଗ୍ରେଟର ନୋଏଡାରେ ଏହା ୭୪.୧୭ ଟଙ୍କାରେ ବିକ୍ରି ହେଉଛି । ମୁଜାଫରନଗର  ଓ ମିରଟରେ ଏହା ୭୮.୮୪ ଟଙ୍କାରେ ବିକ୍ରି ହେଉଛି । ଏହାବ୍ୟତୀତ ଗୁରୁଗ୍ରାମରେ ସିଏନଜି ଦାମ୍ ୭୯.୯୪, ରେବାଡିରେ ୮୨.୦୭ ଟଙ୍କା ରହିଛି ।

ପେଟ୍ରୋଲ-ଡିଜେଲରେ ଆଶ୍ୱସ୍ତି

ପେଟ୍ରୋଲ-ଡିଜେଲର ଦାମକୁ ଦେଖିଲେ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କାରଣ ଗୁରୁବାର ତୈଳ କମ୍ପାନୀମାନେ ଦାମ୍ ବୃଦ୍ଧି କରି ନାହାଁନ୍ତି । ଦିଲ୍ଲୀରେ ଗୁରୁବାର ପେଟ୍ରୋଲ ଦର ୧୦୫ ଟଙ୍କା ୪୧ ପଇସା, ଡିଜେଲ ୯୬.୬୭, ମୁମ୍ବାଇରେ ପେଟ୍ରୋଲ ୧୨୦.୫୧, କୋଲକାତାରେ ୧୧୫.୧୨ ଟଙ୍କା ରହିଛି ।

Spread the love