ବ୍ରାଉନସୁଗାର ନୁହେଁ କୋକେନ: ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ଜାହାଜ ଯୋଗେ ବିଦେଶକୁ ଚୋରାଚାଲାଣ ବେଳେ ଧରାପଡ଼ିଥିବା ୨୨ଟି ପ୍ୟାକେଟରେ ବ୍ରାଉନସୁଗାର ନୁହେଁ ବରଂ ଏହାଠାରୁ ୧୦ ଗୁଣ ଅଧିକ ଦାମୀ କୋକେନ ଥିବାର ଜଣାପଡିଛି | କଷ୍ଟମ ବିଭାଗ ପକ୍ଷରୁ ବିସ୍ତୃତ ଯାଞ୍ଚ ପରେ ଏହା କୋକେନ ବୋଲି ସ୍ପଷ୍ଟ ହୋଇଛି | ଅନ୍ତର୍ଜାତୀୟ ବଜାରରେ ୧ କିଲୋ ବ୍ରାଉନସୁଗାରର ମୂଲ୍ୟ ୧ରୁ ୨ କୋଟି ଟଙ୍କା ହୋଇଥିବାବେଳେ କୋକେନର ଦାମ ଏକ କିଲୋଗ୍ରାମ ପିଛା ପ୍ରାୟ ୧୦ କୋଟି ଟଙ୍କା | ଆଉ ବନ୍ଦରରୁ ଜବତ କୋକେନର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ବୋଲି ଅନୁମାନ କରାଯାଇଛି | ସୂଚନା ଅନୁଯାୟୀ, ଇଣ୍ଡୋନେସିଆରୁ ଏହି କୋକେନ ଆସୁଥିଲା ଆଉ ପାରାଦୀପ ଦେଇ ଡେନମାର୍କକୁ ଚୋରାଚାଲାଣ ହେଉଥିଲା |

ଗତକାଲି ବିଳମ୍ବିତ ରାତ୍ରିରେ ଇଣ୍ଡୋନେସିଆରୁ ପଣ୍ୟ ଆଣି ଆସିଥିବା ଜାହାଜ ଏମ ଭି ଦେବୀ ପଣ୍ୟ ଆଣି ପାରାଦୀପର ପି ଆଇ ସି ଟି ଟର୍ମିନାଲରେ ଆଙ୍କରିଂ କରିଥିବା ବେଳେ ୨୨ଟି ପ୍ୟାକେଟକୁ ସେହି ଜାହାଜରୁ କଢ଼ା ଯାଇ ଡେନମାର୍କ ଯିବାକୁ ଥିବା ଜାହାଜରେ ଲୋଡିଂ କରିବାକୁ କରାଯାଉଥିବା ବେଳେ କଷ୍ଟମ ବିଭାଗ ମାଡ଼ି ବସିଥିଲା। ନିଶା କାରବାରର ହବ୍ କୁହାଯାଉଥିବା( ପି ଆଇ ସି ଟି ) ବା ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ପୂର୍ବରୁ ବିଦେଶୀ ମଦ ଆଉ ସିଗାରେଟ କଲିକତାକୁ ଚାଲାଣ ବେଳେ ପୁଲିସ ହାତରେ ଧରା ପଡ଼ିବା ପରେ ଏହା ହେଉଛି ଦ୍ବିତୀୟ ଘଟଣା। ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଏହି ରାସ୍ତା ଦେଇ କୋକେନ ଚୋରା ଚାଲାଣ ହେଉଥିବା ଓ ଏହା ପଛରେ ପି ଆଇ ସି ଟିର କେଉଁ ଅଧିକାରୀଙ୍କ ହାତ ଅଛି ତାହା ତଦନ୍ତ ସାପେକ୍ଷ।

Spread the love