ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଲାଗି ଆଚରଣ ବିଧି ପ୍ରସ୍ତୁତ : ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର ୧୯/୧୨ : ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିସଶଙ୍କ ପକ୍ଷରୁ ଭାରତୀୟ ସମ୍ବିଧାନର ୨୪୩-କେ ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରାଯାଉଛି। ଏହା ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ନିର୍ବାଚନର ଫଳାଫଳ ଘୋଷଣା ହେବା ଯାଏଁ କାର୍ଯ୍ୟକାରୀ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ। ବିଜ୍ଞପ୍ତି ଜାରି ହେବା ପରେ ଲାଗୁ ହେବ ଆଦର୍ଶ ଆଚରଣ ବିଧି। ଗଣତି ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ ଆଦର୍ଶ ଆଚରଣ ବିଧି।

ଆସନ୍ତା ପଞ୍ଚାୟତ ନିର୍ବାଚନରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପ​‌ରେ ଗୁରୁତ୍ବ ଦିଆଯିବ । ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସ୍ବତନ୍ତ୍ର ଦୃ​‌ଷ୍ଟି ଦିଆଯିବ । ବିଶେଷ କରି ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ବିଶେଷ ଦୃଷ୍ଟି ଦିଆଯିବ ।

Spread the love