କଲେଜରେ ହେବ ଏକ୍ସଟ୍ରା କ୍ଲାସ

ଭୁବନେଶ୍ୱର: ଏଥର କଲେଜରେ ହେବ ଏକ୍ସଟ୍ରା କ୍ଲାସ । ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । କଲେଜରେ ଯେଉଁମାନଙ୍କର ଉପସ୍ଥାନ କମ୍ ରହିଛି, ସେମାନଙ୍କ ସୁବିଧା ପାଇଁ ଏଣିକି କଲେଜରେ ଏକ୍ସଟ୍ରା କ୍ଲାସ କରାଯିବ । ଉପସ୍ଥାପନା କମ ଥିବା ଛାତ୍ର ଛାତ୍ରୀଙ୍କ ସହ ଦୁର୍ବଳ ଥିବା ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଏହି ଏକ୍ସଟ୍ରା କ୍ଲାସରେ ସାମିଲ କରାଯିବ ବୋଲି ଜଣାପଡିଛି ।

ଏହି ଏକ୍ସଟ୍ରା କ୍ଲାସରେ ମୁଖ୍ୟତଃ ପ୍ରାକ୍ଟିକାଲ କ୍ଲାସକୁ ଅଧିକ ଗୁରୁତ୍ୱ ଦିଆଯିବା ଉପରେ ଲକ୍ଷ୍ୟ ରଖା ଯାଇଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଦୁର୍ବଳ ଓ ଉପସ୍ଥାପନା କମ ଥିବା ଛାତ୍ର ଛାତ୍ରୀ ମଧ୍ୟ କିଭଳି ପରୀକ୍ଷାରେ ଭଲ ଫଳା ଫଳ କରିବେ ଏହାକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଥିବା ସୂଚନା ମିଳିଛି ।

Spread the love